ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଯେଉଁ ଉତ୍ସାହ ଦେଖାଯାଇଥିଲା, ତା’କୁ ପାକିସ୍ତାନ ବ୍ୟାଟର ପୂରା ପାଣିଚିଆ କରି ଦେଇଛନ୍ତି। ପାକିସ୍ତାନ ୪୨.୪ ଓଭର୍ରେ ମାତ୍ର ୧୯୧ ରନ କରପାରିଥିଲା। ତେଣୁ ଭାରତକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ରଚିବାକୁ ୧୯୨ ରନର ଟାର୍ଗେଟ ମିଳିଥିଲା।
୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମୁକାବିଲାରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଭୁଲ ପ୍ରମାଣିତ କରିବା ପାଇଁ ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ ଓ ଅବଦୁଲା ଶଫିକ ଉଦ୍ୟମ କରିଥିଲେ। କିନ୍ତୁ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ୨୦ ରନ କରିଥିବା ଇନଫର୍ମ ଶଫିକଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ବାବର ଆଜମ ଓ ଇମାମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଲୟକୁ ଫେରୁଥିବା ଇମାମଙ୍କୁ ୧୩ତମ ଓଭର୍ରେ ଆଉଟ କରି ଦେଇଥିଲେ। ଇମାମ ୩୮ ବଲରେ ୩୬ ରନ କରିଥିଲେ।
୭୩ ରନରେ ଦୁଇ ୱିକେଟ ହରାଇଥିବା ପାକିସ୍ତାନ ପାଇଁ ଏତିକି ବେଳେ ବାବର ଓ ବ୍ୟାଟିଂ ଲାଇନ ଅପର ମେରୁଦଣ୍ଡ କୁହାଯାଉଥିବା ଇନଫର୍ମ ମହମ୍ମଦ ରିଜୱାନ ମଙ୍ଗ ସମ୍ଭାଳିଥିଲା। କିନ୍ତୁ ରିଜୱାନ ଆଉଟ ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ବ୍ୟାଟିଂ କରିବାକୁ ଆସିବା ଥିବେ ବେଳେ ରବୀନ୍ଦ୍ର ଜାଡେଜା ବେଶ ଚମତ୍କାର ଢଙ୍ଗରେ ବୋଲିଂ କରି ତାଙ୍କୁ ଚକମା ଦେଇଥିଲେ। ବଲ ତାଙ୍କ ପ୍ୟାଡରେ ମାଡ଼ ହେବାରୁ ଭାରତୀୟ ଖେଳାଳି ବେଶ ଉତ୍ସାହିତ ହେବା ସହ ଅପିଲ କରିଥିଲେ।
ଅମ୍ପାୟାର ମଧ୍ୟ ଆଉଟ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରିଜୱାନ ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ନେଇଥିଲେ। ରିଭ୍ୟୁରୁ ସ୍ପଷ୍ଟ ହୋଇଥିଲା ଯେ ବଲ୍ ଲେଗଷ୍ଟମ୍ପ ଅତି କମ ଦୂରତାରେ ମିସ୍ କରୁଛି। ଫଳରେ ତୃତୀୟ ଅମ୍ପାୟାର ଏହାକୁ ନଟ ଆଉଟ ଘୋଷଣା କରିଥିଲେ। ଏହାପରେ ସେ ବାବରଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।
ବାବର ୫୦ ରନ କରିବା ପରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୫୫ ରନ ଯାଏ ୨ ୱିକେଟ ହରାଇଥିବା ପାକିସ୍ତାନ ଆଉ ୧୨ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ସେ ଦମଦାର ଇନ ସୁଇଂ ମାଧ୍ୟମରେ ରିଜୱାନଙ୍କୁ ବୋଲ୍ଡ କରି ଭାରତୀୟ କ୍ୟାମ୍ପରେ ଖୁସି ଭରି ଦେଇଥିଲେ। ରିଜୱାନ ୪୯ ରନ କରି ଆଉଟ ହୋଇ ଯାଇଛନ୍ତି। ବୁମ୍ରା ପରବର୍ତ୍ତୀ ଓଭର୍ରେ ୨ ରନ କରିଥିବା ଶଦାବ ଖାନଙ୍କୁ ମଧ୍ୟ ବୋଲ୍ଡ କରି ପାକିସ୍ତାନକୁ ୭ମ ଝଟକା ଦେଇଥିଲେ।
ଏହାପରେ ବାକି କାମ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ସାରି ଦେଇଥିଲେ। ପାଣ୍ଡ୍ୟା ପ୍ରଥମେ ୪ ରନ କରିଥିବା ନୱାଜଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଶେଷ ଦୁଇ ୱିକେଟ ଜାଡେଜାଙ୍କ ଖାତାକୁ ଯାଇଥିଲା। ସେ ହାସନ ଅଲୀ(୧୨) ଓ ହାରସ ରୌଫ(୨)ଙ୍କ ୱିକେଟ ନେଇ ପାକିସ୍ତାନ ଇନିଂସରେ ପୂର୍ବଚ୍ଛେଦ ଟାଣିଥିଲା।
ଭାରତ ପାଇଁ ସିରାଜ, ବୁମ୍ରା, କୁଲଦୀପ, ଜାଡେଜା ଓ ପାଣ୍ଡ୍ୟା ଦୁଇଟି ଲେଖାଏ ୱିକେଟ ନେଇଛନ୍ତି।
ପରେ ଦ୍ୱିତୀୟ ପର୍ଯ୍ୟାୟ ଖେଳ ରେ ଭାରତର ବିପୁଳ ବିଜୟ ହୋଇଥିଲା।
ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଓ କ୍ୟାପଟେନ ରୋହିତ ଶର୍ମା (86) ଓ ଶ୍ରେୟସ ଆୟାର (53 ନଟଆଉଟ) ଙ୍କ ଅର୍ଦ୍ଧଶତକୀୟ ଯୋଗୁ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିକୁ ଅହମଦାବାଦ ମ୍ୟାଚରେ ହରାଇ ବିଜୟୀ ହୋଇଛି । ବିଶ୍ୱକପର 12ତମ ମ୍ୟାଚରେ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ଅଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛି ।
ପାକିସ୍ତାନ ବିରୁଦ୍ଧରେ ଭାରତୀ ଟିମ ବିଶ୍ୱକପରେ ବିଜୟ ରେକର୍ଡ 8-0 ହୋଇଛି ।
ମ୍ୟାଚରେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି 42.5 ଓଭରରେ 191 ରନ କରି ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ 30.3 ଓଭରରେ 3 ୱିକେଟ ହରାଇ 192 ରନ୍ କରି 7 ୱିକେଟରେ ବିଜୟୀ ହୋଇଥିଲା ।
192 ରନର ପିଛା କରୁଥିବା ଭାରତୀୟ ଟିମର ପ୍ରାରମ୍ଭିକ ପ୍ରଦର୍ଶନ ଣକରାପ ରହିଥିବା । ତୃତୀୟ ଓଭରରେ ମାତ୍ର 23 ରନ ସ୍କୋରରେ ଶୁଭମନ ଗିଲ୍ 16 ରନ୍ କରି ଶାହିନ ଶାହ ଅଫରିଦିଙ୍କ ବଲରେ ଆଉଟ ହୋଇଯାଇଥିଲେ । ଗିଲଙ୍କ ଆଉଟ ପରେ ରୋହିତ-କୋହଲିଙ୍କ ପାର୍ଟନରସିପରେ 56 ରନ୍ ଯୋଡି ହୋଇଥିଲା । ରୋହିତ ବେଶ୍ ଦମଦାର ବ୍ୟାଟିଂ କରିଥିଲେ । ପାକିସ୍ତାନ ବୋଲରଙ୍କୁ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ କରିଥିଲେ । ତେବେ 79 ରନରେ ଭାରତର ଦ୍ୱିତୀୟ ୱିକେଟ ଖସିଥିଲା । ଅଫରିଦିଙ୍କ ଦ୍ୱିତୀୟ ଶିକାର ବନିଥିଲେ କୋହଲି । ସେହିପରି 22ତମ ଓଭରରେ ରୋହିତ ହସନ ଅଲିଙ୍କ ବଲରେ ଆଉଟ ହୋଇଯାଇଥିଲେ । ରୋହିତ ଶର୍ମା 63 ବଲରେ 6ଟି ଛକା ଓ 6ଟି ଚୌକା ମାରିଥିଲେ । ଶ୍ରେୟସ ଆୟାର ଓ କେଏଲ ରାହୁଲଙ୍କ ଯୋଡି 30.3 ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲେ । ଚମତ୍କାର ବୋଲିଂ ଯୋଗୁ ଜସପ୍ରୀତ ବୁମରାହଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଆୱାର୍ଡ ଦିଆଯାଇଥିଲା ।