ଠିକା ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ , ପାଞ୍ଚ ଘଣ୍ଟା ର ଧାରଣା ପରେ ନାଲକୋ ତରଫରୁ ପନ୍ଦର ଲକ୍ଷ ର ଅନୁକମ୍ପା ରାଶୀ ପ୍ରଦାନ ପାଇଁ ନିଷ୍ପତି
ଅନୁଗୋଳ ଜିଲ୍ଲା ନାଲ୍କୋ ସ୍କେଲ୍ର ପ୍ଲାଣ୍ଟର ଜଣେ ଠିକାଶ୍ରମିକ ହାଦାଇ ମୁର୍ମୁଙ୍କର ଗତ କାଲି ଆକସ୍ମିକ ଭାବେ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ହାଦାଇ ମୁର୍ମୁ ଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ସେ ନାଲ୍କୋନଗର ତେନ୍ତଳା ହଟିଂରେ ରହୁଥିଲେ। ଠିକାସଂସ୍ଥା ଅଧୀନରେ ସ୍କେଲଟର୍ ପ୍ଲାଣ୍ଟ କାର୍ବନ ଏରିଆ ବେକ୍ ଓଭନ୍ ମେକାନିକାଲ୍ ବିଭାଗରେ କାର୍ଯ୍ୟ କରୁଥିଲେ। ଗତ କାଲି ସକାଳେ ସେ ଡ୍ୟୁଟିକୁ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସିଥିଲେ । ଘରେ ପହଞ୍ଚୁ ପହଞ୍ଚୁ ଅସୁସ୍ଥ ଅନୁଭବ କରିଥିଲେ ତେବେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଛି , ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରଖିଥିଲେ । ଏ ସଂପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଆଜି ସକାଳ ୧୦ ଟା ସମୟରୁ ହଟିଙ୍ଗ ର ଅଧିବାସି ମାନେ ଆସି କ୍ଷତି ପୂରଣ ଦାବି ରେ ନାଲକୋ ର ସ୍ମେଲଟର ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ଓ ଦୀର୍ଘ ପାଞ୍ଚ ଘଣ୍ଟା ର ଧାରଣା ପରେ ନାଲକୋ ତରଫରୁ ୧୫ ଲକ୍ଷ ର ଅନୁକମ୍ପା ରାଶୀ ଓ ଠିକାଦାର ତରଫରୁ ୧ ଲକ୍ଷ ୧୦ ହଜାର ଦେବାକୁ ପ୍ରତିଶୃତି ଦେବାରୁ ଧାରଣା ରୁ ଉଠିଥିଲେ |