( ଜଗତସିଂହପୁର ଜ଼ିଲ୍ଲା 108କର୍ମଚାରୀ ସଂଘ ର ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ )
ଜଗତସିଂହପୁର
ତା =15/10/23
ଜଗତସିଂହପୁର ଜ଼ିଲ୍ଲା 108 କର୍ମଚାରୀ ସଂଘ ପକ୍ଷରୁ ଜଗତସିଂହପୁର ଜକୋଟି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଜ଼ିଲ୍ଲା ସଭାପତି ତାପସ ରଞ୍ଜନ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ 108କର୍ମଚାରୀ ସଂଘ ରାଜ୍ୟ ସଭାପତି ସୁବୋଧ ନାଥ ଶର୍ମା, ଉପ ସଭାପତି କ୍ରିଷ୍ଣ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଶ୍ରୀରାମ ଆଚାର୍ଯ୍ୟ, ସହ ସମ୍ପାଦକ ତାପସ ରଞ୍ଜନ ଦାସ, କୋଷାଧକ୍ଷ ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ | ଏହି ଉପଲକ୍ଷେ ସମସ୍ତ ଅତିଥିମାନଙ୍କୁ ଜଗତସିଂହପୁର ଜ଼ିଲ୍ଲା 108 ଆମ୍ବୁଲାନ୍ସ ସଂଘ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ରାଜ୍ୟ ସରକାର ଦୀର୍ଘ ଦଶ ବର୍ଷ ହେବ 108 ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ସେବା କାର୍ଯ୍ୟ ରେ ନିୟୋଜିତ କରିଛନ୍ତି ହେଲେ ଉପଯୁକ୍ତ ପ୍ରାପ୍ୟ ଓ ଇନ୍ସୁରାନ୍ସ ପ୍ରଦାନ କରୁନାହାନ୍ତି | ଅତ୍ୟଧିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି | ସେଡିକାଲ ପରିସରରେ ରହିବା ନିମନ୍ତେ ଗୃହ ଯୋଗାଇଦେବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା | ଆଗାମୀ ଦିନରେ 108କର୍ମଚାରୀ ସଂଘ ବିଭିନ୍ନ ଜ଼ିଲ୍ଲା ଗସ୍ତ କରି ସଂଗଠନ କୁ ସୁଦୃଢ କରିବା ସହିତ ନିଜର ହକପାଇଁ ସଂଗ୍ରାମ ଜାରି ରଖିବ ବୋଲି ସର୍ବସଂମତି ପ୍ରସ୍ତାବ ଗୃହୀତ ହୋଇଥିଲା |
ଏହି ଆଲୋଚନା ଚକ୍ର ରେ କୋଡିଏ ରୁ ଉର୍ଦ୍ଧ ଜ଼ିଲ୍ଲା ରୁ ଡେ଼ଲିଗେଟ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ