ଗାୟତ୍ରୀ ଶକ୍ତିପୀଠ ରେ ନବରାତ୍ର ମହୋତ୍ସବ
ଢେଙ୍କାନାଳ, ତା.୧୫.୧୦.୨୦୨୩ – ସବୁ ବର୍ଷ ପରି ଚଳିତ ବର୍ଷ ଶାରଦୀୟ ନବରାତ୍ର ମହୋତ୍ସବ ତା୧୫.୧୦.୨୦୨୩ରିଖ ରବିବାର ଠାରୁ ଆରମ୍ଭ ହୋଇ ତା.୨୨.୧୦.୨୦୨୩ରିଖ ରବିବାର ପର୍ଯ୍ୟନ୍ତ ଗାୟତ୍ରୀ ଶକ୍ତିପୀଠ, କୈବଲ୍ୟ ବଜାର, ଢେଙ୍କାନାଳଠାରେ ଯଥାବିଧ୍ବ ଅନୁଷ୍ଠିତ ହେବ । ତା.୧୪.୧୦.୨୦ ୨୩ରିଖ ଶନିବାର ଦିନ ସଂଧ୍ୟାରେ ସମସ୍ତ ଗାୟତ୍ରୀ ପରିବାର ସଂକଳ୍ପ ସମାରୋହରେ ଯୋଗଦାନ କରି ନବରାତ୍ର ପାଇଁ ସଂକଳ୍ପ ନେଇଥିଲେ । ତା.୧୫.୧୦, ୨୦୨୩ରିଖ ରବିବାର ଠାରୁ ତା.୨୧.୧୦.୨୦୨୩ରିଖ ଶନିବାର ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ଘ.୮.୩୦ମି. ରେ ଯଜ୍ଞ ଅନୁଷ୍ଠିତ ହେବ । ତା.୨୨.୧୦.୨୦ ୨୩ରିଖ ରବିବାର ଦିନ ସକାଲ ୯ ଘଟିକା ସମୟରେ ଯଜ୍ଞ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଘଟିକା ସମୟରେ ପୂର୍ଣ୍ଣାହୁତି ସମ୍ପନ୍ନ ହେବ । ଏହି ଅନୁଷ୍ଠାନକୁ ପରିଚାଳନା ପାଇଁ ବସନ୍ତ ମଞ୍ଜରୀ ମିଶ୍ର, ସୁଶ୍ରୀ ପଦ୍ମିନୀ ମିଶ୍ର, ସୁକାନ୍ତ ବେହେରା, ସୁବାସିନୀ ସାହୁ, ଗୋପୀନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଆନନ୍ଦ ଚନ୍ଦ୍ର ସ୍ବାଇଁ, ଭାରତୀ ମହାପାତ୍ରଙ୍କୁ ଦାୟିତ୍ବ ଅର୍ପଣ କରାଯାଇଅଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


