ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ମାନିତ
ଅନୁଗୋଳ ଜିଲ୍ଲା ବଅଁରପାଳ ସାମ୍ବାଦିକ ସଂଘ ର ସଦସ୍ୟ ସାମ୍ବାଦିକ ସୁଶାନ୍ତ କୁମାର ସାମଲ ଙ୍କୁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ସୂଚନା ମୁତାବକ ସାମ୍ବାଦିକ ସୁଶାନ୍ତ କୁମାର ସାମଲ ପ୍ରାୟ ୧୦ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଆସିବା ପୂର୍ବରୁ ହେଉ ଅବା ନିୟୋଜିତ ପରେ ମଧ୍ୟ ସେ ରାସ୍ତା ଘାଟ ରେ ଦୁର୍ଘଟଣା ଗ୍ରସ୍ତ ମଣିଷ ହେଉ ଅବା ପଶୁ ପକ୍ଷୀ କ୍ଷେତ୍ର୍ ରେ କିପରି ଉଦ୍ଧାର କରିବା ଓ ପ୍ରଶାସନ କୁ ଅବଗତ କରାଇବା ଧ୍ୟାନ ଦିଅନ୍ତି। ଗତ ସେପ୍ଟେମ୍ବର ୩ ତାରିଖ ଦିନ ଦ୍ଵିପ୍ରହର ସମୟରେ ନାଲକୋ ଅଞ୍ଚଳରୁ ଖବର୍ ସଂଗ୍ରହ କରି ଫେରିବା ବେଳେ ବଅଁରପାଳ ବନ୍ଦା ଓଭର୍ ବ୍ରିଜ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣା ଘଟି ରାସ୍ତାରେ ପଡି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ କିନ୍ତୁ ସେଠାରେ ଥିବା ପଥଚାରୀ ମାନେ ମୋବାଇଲ ରେ ଫୋଟ ଉଠାଇବାରେ ବ୍ୟସ୍ତ ଥିଲେ। କାହାରି ମନରେ ଚିନ୍ତା ନଥିଲା କି ବ୍ୟକ୍ତି ଜଣଙ୍କୁ ଚିକିସ୍ଥା କିପରି କରାଯିବ। ସାମ୍ବାଦିକ ସୁଶାନ୍ତ ପ୍ରଥମେ ପୋଲିସ ବିଭାଗ, ଆମ୍ବୁଲାନ୍ସ ଶେଷରେ ଦମକଳବାହିନୀ କୁ ଯୋଗାଯୋଗ କରି ବଅଁରପାଳ ସି ଏଚ ସି କେନ୍ଦ୍ରକୁ ସ୍ଥାନାନ୍ତରିତ କରି ଚିକିସ୍ଥା କରାଇବା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ଚିକିସ୍ଥା ନିମନ୍ତେ ସ୍ଥାନାନ୍ତରିତ କରାଇ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ। ସାମ୍ବାଦିକଙ୍କ ପଦକ୍ଷେପ କୁ ଉଚ୍ଚ ପ୍ରସଂଶା କରି ଆଜି ପୋଲିସ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି।