( ଉଜ୍ବଳା ଦିଦି ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ )
ଜଗତସିଂହପୁର
ତା =16/10/23
ଓଡିଶା ରାଜ୍ୟ ଉଜ୍ୱଳା ଦିଦି ସଂଘ ଜଗତସିଂହପୁର ଶାଖା ତରଫରୁ ଜଗତସିଂହପୁର ସ୍ଥିତ ତାରାଦେବୀ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଭାରତୀୟ ମଜଦୁର ସଂଘ ଜଗତସିଂହପୁର ଜ଼ିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନସୂୟା ବିଶୋଇ, ରିତାଞ୍ଜଳୀ ମହାପାତ୍ର, ପ୍ରତିମା ସ୍ୱାଇଁ, ମଞ୍ଜୁଲତା ମହାରଣା, ରଶ୍ମିରେଖା ରାୟ, ନମିତା ଦାସ, ଆରତୀ ଭୋଇ ପ୍ରମୁଖ ଉଜ୍ବଳା ଦିଦି ଯୋଗଦେଇ ଓଡିଶା ରାଜ୍ୟ ଉଜ୍ୱଳା ଦିଦି ମହାସଂଘ ପକ୍ଷରୁ ଅକ୍ଟୋବର କୋଡିଏ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିକ୍ଷୋଭ ରେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ | ଏହି ବିକ୍ଷୋଭ ରେ ଜଗତସିଂହପୁର ଜ଼ିଲ୍ଲା ର ସମସ୍ତ ଉଜ୍ବଳା ଦିଦି ଯୋଗଦେବେ ବୋଲି ଜ଼ିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ