( ଆମ ପ୍ରଶ୍ନ ତୁମ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା,=17/10/23
ଜଗତସିଂହପୁର ସାରସ୍ୱତ ପାରିଷଦ ପକ୍ଷରୁ ଏକ ନିଆରା ବୈଦିକ କାର୍ଯ୍ୟକ୍ରମ ସ୍ଥାନୀୟ ଦେଭୋଗ ସ୍ଥିତ ଗୁରୁକୁଳ ଶିକ୍ଷା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟ୍ୟ ରେ ଆମ ପ୍ରଶ୍ନ ତୁମ ଉତ୍ତର ପ୍ରତିଯୋଗିତା ରେ 40ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ | ପ୍ରଶ୍ନ କର୍ତ୍ତା ଭାବେ ସାରସ୍ୱତ ପାରିଷଦ ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଆମ ଜ଼ିଲ୍ଲା ତଥା ରାଜ୍ୟ ର ବରପୁତ୍ର ମାନଙ୍କ ସମ୍ପର୍କ ରେ ପ୍ରଶ୍ନ ପଚାରିଥିଲେ | ଏଥିରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ଦୀପକ ମାଝି, ଦିବ୍ୟଜ୍ୟୋତି ପଣ୍ଡା, ଶୁଭମ ଦାଶ, ସୂର୍ଯ୍ୟକାନ୍ତ ପ୍ରଧାନ, ରୁଦ୍ର ପ୍ରସନ୍ନ ନାୟକ, ସୁମନ ଦାସ ପ୍ରମୁଖ ଙ୍କୁ ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଶିକ୍ଷୟତ୍ରୀ ପୁଷ୍ପଲତା ସାହୁ, ପ୍ରଜ୍ଞାସ୍ମିତା ଦାସ, ଗୀତାଞ୍ଜଳି ନାୟକ,ନିର୍ଦ୍ଧେଶିକା ସୁବାଷ ମହାନ୍ତି ପ୍ରମୁଖ ଏହି ପ୍ରତିଯୋଗିତା ଙ୍କୁ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ
ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ