ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଚତୁର୍ଥ ଦିବସ ରେ କୁଷ୍ମାଣ୍ଡା ବେଶ
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଚତୁର୍ଥ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞ, ଅଖଣ୍ଡ ଦୀପ ସ୍ଥାପନା ହୋଇଥିଲା। ଆଜି ନବ ରାତ୍ରୀ ର ଚତୁର୍ଥ ଦିନରେ ମା’ଙ୍କୁ କୁଷ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇଥିଲା। ପ୍ରତ୍ୟେକ ଦିନ ୧୦୦୮ ବେଲପତ୍ର ଲାଗି କରାଯିବ ମା’ଙ୍କୁ ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ। ପୂଜକ ଲିଙ୍ଗରାଜ ପତି ଶର୍ମା, ସୈାମ୍ୟବ୍ରତ ପତି, ପବିତ୍ର ପାଣିଗ୍ରାହୀ ଓ ମନ୍ଦିର ର ପୂଜକ ଆପୁଲି ରଣା ମନ୍ଦିର କର୍ମକର୍ତ୍ତା ବ୍ରଜ ମୋହନ ସାହୁ,ରବିନ୍ ଗାନ୍ଧୀ, ଅଭିମନ୍ୟୁ ବେହେରା ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ଏହି ନବରାତ୍ର ପୂଜା ଚତୁର୍ଥ ଦିବସ ପାଳନ କରାଯାଇଥିଲା।