( ଅସହାୟ ଅନ୍ଧ ପରିବାରକୁ ସାହାୟତା ର ହାତ ବଢ଼ାଇଲା “ବାଲିଘର” ଫାଉଣ୍ଡେସନ )
ଜଗତସିଂହପୁର
ତା =18/10/23
ମଣିଷ ଜୀବନ ପାଣି ଫୋଟକା ପରି | କେତେ ବେଳେ କାହା ଭାଗ୍ୟ ଚକ୍ର ରେ କଣ ଘଟିବ ତାହା ହିଁ ବିଶ୍ୱ ନିୟନ୍ତା ଙ୍କୁ ଜଣା | ତଥାପି କର୍ମମୟ ସାମାଜିକ ଜୀବନରେ କାହାର ହସ ଖୁସିର ସଂସାର ଉଛୁଳି ପଡୁଛି ତ ଆଉ କାହା ପରିବାର ଉଜୁଡି ଯାଉଛି | ଦିନେ ଖାଇଲେ ଦୁଇ ଦିନ ଉପବାସ ରେ ଜୀବନ ବିତାଇବାକୁ ପଡୁଛି | ଅନ୍ୟର ସହାୟତା କୁ ଅସହାୟ ପରିବାର ଚାତକ ପରି ଚାହିଁ ରହିଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଏହି ଅସହାୟ ପରିବାର କୁ ସହାୟତା ପ୍ରଦାନ କରାଯାଇଛି | | ହଁ ଦର୍ଶକ ବନ୍ଧୁ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି
ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ତରିକୁନ୍ଦ ଗ୍ରାମରେ | ସେହି ଗ୍ରାମର ଅସି ବର୍ଷୀୟା ବୃଦ୍ଧା ଦିବାକର ବେହେରା
ପାଞ୍ଚ ବର୍ଷ ପୂର୍ବେ ବୟସଆଧିକ ହେତୁ ଦୁଇ ଆଖିକୁ ଭଲ ଭାବେ ଦେଖାଯାଉନଥିଲା | ଦୁଇ ଆଖି ଅସ୍ତ୍ରପ୍ରଚାର କରିବା ପରେ ଶେଷରେ ସମ୍ପୂର୍ଣ ଅନ୍ଧ ହୋଇଗଲେ | ତା ପରବର୍ତ୍ତୀ ସମୟରେ ବଡ଼ପୁଅ ପ୍ରଦୀପ୍ତ ବେହେରା ଙ୍କ ର ଅକାଳ ବିୟୋଗ ଘଟିଲା | ସାନ ପ୍ରଭାତ କେଉଁ ଆଡ଼େ ନିଖୋଜ ହୋଇଗଲେ | ଧର୍ମପତ୍ନୀ ଶାନ୍ତିଲତା ଏକ ଦୃଘଟଣା ରେ ଅଣ୍ଟା ଭାଙ୍ଗି ଯିବାରୁ ଦୀର୍ଘ ଦିନ ହେବ ସମ୍ପୂର୍ଣ ଅକର୍ମନ୍ୟ ହୋଇ ସରକାରୀ ଚିକିତ୍ସାଳୟ ରେ ଚିକିଛିତ ହେଉଛନ୍ତି
|ସାନ ଝିଅ କାବେରୀ ବେହେରା ମା ଶାନ୍ତିଲତା କୁ ମେଡିକାଲ ରେ ଜଗି ବସିଛି |ବଡ଼ ଝିଅ କନକ ଅନ୍ଧ ବାପା ଦିବାକର ର ସେବାଯତ୍ନ କରିବା ସହିତ ପର ଘରେ ପାଇଟି କରି ଦୁଃଖ କଷ୍ଟେ ପରିବାର ଚଳାଉଛି |ଏହି ଅସହାୟ ପରିବାର ଦିନେ ଖାଇଲେ ଦୁଇଦିନ ଉପବାସ ରହୁଥିବା ଘଟଣା ବିଶେଷ ସୂତ୍ର ରୁ ଖବର ପାଇ ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ୍ ର ଚିଫ୍ ମେଣ୍ଟର ଭଞ୍ଜ କିଶୋର ବେଉରା, ଫାଉଣ୍ଡେସନ୍ ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ,ଓ ଅନ୍ୟତମ ସଦସ୍ୟ ବିଶ୍ୱଜିତ୍ ବେଉରା ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷପତ୍ର ଧରି ଦିବାକର ଙ୍କ ବାସ ଭବନରେ ପହଂଚି ସହଯୋଗ ପ୍ରଦାନ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ