ବଡାମ୍ବୀଳା ଗ୍ରାମ ପଞାୟତରେ ମୋ ସେବା କେନ୍ଦ୍ର ଉଦ୍ଘାଟନ
ବିଷୟ ____ ଆଳି ବ୍ଳକ ଅନ୍ତର୍ଗତ ବଡାମ୍ବୀଳା ଗ୍ରାମ ପଞାୟତ କାର୍ଯ୍ୟଳୟରେ ମୋ ସେବା କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଳି ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ଏବଂ ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ ଭୀଷ୍କ ମହାନ୍ତି ଯୋଗଦେଇ ଲୋକମାନେ ଏହି ସେବା କେନ୍ଦ୍ର ଉଦ୍ଘାଟନ ହେବା ଦ୍ବାରା ଲୋକ ମାନେ କିପରି ଉପକୃତ ହେବେ ସେ ବିଷୟରେ କହିଥିଲେ ।ରାଜ୍ୟ ସରକାରଙ୍କ ବହୁମୁଖି କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନା ସବୁ କିପରି ଲୋକମାନଙ୍କ ନିକଟରେ ପହଞୁଛି ସେ ବିଷୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମାଜସେବୀ ବିଜୟ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଚଳା ମହାନ୍ତି, ସମିତି ସଭ୍ୟ ବଂଶିଧର ପଣ୍ଡା, ଏବଂ ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ହମଦ ପାତ୍ର ଯୋଗଦେଇ ଥିଲେ। କେନ୍ଦ୍ର ପରିଚାଳକ ଦୀପକ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ