ଆଜି ଠାରୁ ଗଡ଼ିବନି ଘରୋଇ ବସ୍
ଆଜି ଠାରୁ ରାଜ୍ୟବ୍ୟାପୀ ଗଡ଼ିବନି ଘରୋଇ ବସ୍ । ଢେଙ୍କାନାଳ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ ରେ ୧୫୦ ବଡ଼ ଓ ଛୋଟ୍ ବସ୍ ର ମାଲିକ ଏହି ଧର୍ମଘଟ ରେ ସାମିଲ ଅଛନ୍ତି ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଲା ଘରୋଇ ବସ୍ ସଂଘ । ମୋ ବସ୍ ପାଇଁ ଘରୋଇ ବସ କ୍ଷତି ସହୁଥିବା ବେଳେ ପୁଣି ଲକ୍ଷ୍ମୀ ବସ୍ ସେବା।”ବୋଝ ଉପରେ ଲଳିତା ବିଡା” ଆମ ବସ ଲକ୍ଷ୍ମୀ ବସ୍ ଭଡା ସମାନ କରନ୍ତୁ । ଲିଖିତ ପ୍ରତିଶ୍ରୁତି ମିଳିଲାନି ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି
ଆଗକୁ ଦୂର୍ଗା ପୂଜା ଥିବାବେଳେ ସ୍କୁଲ କଲେଜ ଦଶହରା ଛୁଟି । ଠିକ୍ ଏହି ସମୟରେ ବସ୍ ଧର୍ମଘଟ ଯାତ୍ରୀଙ୍କ ଟେନସନ ବଢାଇଦେଇଛି । ସେପଟେ ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଆମର ଲକ୍ଷ୍ୟ ନୁହେଁ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ। ଏହାସହ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା ମାଗିଛନ୍ତି । ଅନିର୍ଦ୍ଧିଷ୍ଟକାଳ ପାଇଁ ବସ ଧର୍ମଘଟ ଚାଲିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଭାପତି ପ୍ରଭାକର ବେହେରା ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ ଢେଙ୍କାନାଳ ବସ୍ ମାଲିକ ସଂଘ।