ନାଲକୋରେ ଜାତୀୟ ସ୍ତରୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ
ବଅଁରପାଳ, ୨୦.୧୦ : ଶୁକ୍ରବାର ସନ୍ଧ୍ୟାରେ ନାଲକୋ ନଗରସ୍ଥ ଗୋପବନ୍ଧୁ ପଡ଼ିଆ ପରିସରରେ ଜାତୀୟ ସ୍ତରୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ହସ୍ତଶିଳ୍ପ ଓ ବୟନ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।ଅନ୍ୟତମ ଅତିଥି ଭାବେ ଉତ୍କଳୀକାର ସଭାପତି ଦେବସ୍ମିତା ସାହୁ, ଉପ ସଭାପତି ପ୍ରଶାନ୍ତ ମହାପାତ୍ର, ପରିଚାଳନା ନିର୍ଦେଶିକା କଲ୍ୟାଣି ପଟ୍ଟନାୟକ, ହସ୍ତତନ୍ତ ବୟନ ର ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ସୁପରଭାଇଜର ଦେବୀ ପ୍ରସାଦ ଦାସ, ହସ୍ତଶିଳ୍ପ ଅଧିକାରୀ ପ୍ରୀତିଶ ବେହେରା ଏବଂ ଇଭେଣ୍ଟ ମ୍ୟାନେଜର ମିହିର କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳାରେ ଭାରତର ୧୦ଟି ରାଜ୍ୟରୁ ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ଯୋଗ ଦେଇ ବିକ୍ରିବଟା କରୁଛନ୍ତି । ଏହା ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ମୋଟ ୧୦୫ ଟି ଷ୍ଟଲ ପଡିଥିବା ଜଣା ଯାଇଛି । ଏହି ମେଳାରେ ପ୍ରତ୍ୟହ ଦିନ ୧୧ ଟା ରୁ ଆରମ୍ଭ ହୋଇ ରାତି ୯ ଟା ରେ ବନ୍ଦ ହେବା ନେଇ ଆୟୋଜକ ପ୍ରକାଶ କରିଛନ୍ତି ।