,
(ପରିବେଶ ସ୍ୱଚ୍ଛ, ନିର୍ମଳ ରଖିବାକୁ ଅଣ୍ଟା ଭିଡ଼ିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ )
ଜଗତସିଂହପୁର
ତା =21/10/23
କୁନି ପିଲା ହେଲେ ନିଆରା ପ୍ରୟାସ | ଜଗତସିଂହପୁର ଜ଼ିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲିଟିଛି । ଦଶହରାକୁ ସମସ୍ତେ ଆନନ୍ଦଉଲ୍ଲାସ ମଧ୍ୟରେ ପାଳନ କରୁଥିବା ସମୟରେ ଏହି କୁନି କୁନି ପିଲା ପରିବେଶକୁ ସୁସ୍ଥ, ନିର୍ମଳ ରଖିବାକୁ ଅଣ୍ଟା ଭିଡିଛନ୍ତି । ଛୋଟ ପିଲା ହେଲେ ମଧ୍ୟ ସେମାନଙ୍କର ଚିନ୍ତାଧାରା ଏତେ ଉନ୍ନତ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି | ଜଗତସିଂହପୁର ସହରର ସୁଧାନନ୍ଦ ବିଦ୍ୟାଳୟରେ ପଢ଼ୁଥିବା କୁନି ପିଲାଙ୍କ କ୍ଷେତ୍ରରେ । ଏହି ବିଦ୍ୟାଳୟରେ ପାଠ ପଡୁଥିବା କୁନି କୁନି ପିଲା ପରିବେଶକୁ ସ୍ୱଚ୍ଛ ,ନିର୍ମଳ ରଖିବାକୁ ଅଣ୍ଟା ଭିଡିଛନ୍ତି । ଏକ ସାମାଜିକ ଅନୁଷ୍ଠାନ ଗଢି ସହର ତଥା ଜିଲ୍ଲାର ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବାକୁ ଚେଷ୍ଟା ଆରମ୍ବ କରିଛନ୍ତି । ଜୟ ଜଗନ୍ନାଥ ସୋସିଆଲ ଗ୍ରୁପ ନାମରେ ଏକ ଗ୍ରୁପ ଗଢି ଏଭଳି ନିଆରା ପ୍ରୟାସ ଆରମ୍ବ କରିଛନ୍ତି ।
ଜୟ ଜଗନ୍ନାଥ ସୋସିଆଲ ଗ୍ରୁପ ମାଧ୍ୟମରେ ଜିଲ୍ଲା ସାରା ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ପିଲାମାନେ ସୂଚନା ଦେଇଛନ୍ତି । ପିଲାମାନଙ୍କର ଏଭଳି ନିଆରା ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି |
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ