( ବିଜୁ ଜନତା ଦଳ ର ପ୍ରଶିକ୍ଷଣ ଶିବିର ଓ ପଦଯାତ୍ରା ଅନୁଷ୍ଠିତ )
ଜଗତସିଂହପୁର
ତା =21/10/23
ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତ ନାଲିବାବା ମଠ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଓ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ l ପ୍ରାରମ୍ଭରେ ମୁଖ୍ୟ ଅତିଥି ପଂହଁଚିବା ପରେ କଣ୍ଟୁଣିଆ ହାଟ ନିକଟରୁ ବିଜୁ ଜନତା ଦଳ ର କର୍ମୀ ମାନଙ୍କୁ ନେଇ ଏକ ପଦଯାତ୍ରା ରେ ବାହାରି ଜାମୁଗାଁ ନାଲିବାବା ମଠ ନିକଟରେ ପଂହଁଚି ଥିଲେ l ପରେ ସେଠାରେ ବିଜୁ ଜନତା ଦଳ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ବିଜୁ ଜନତା ଦଳ କୁ କିପରି ମଝବୁତ କରିବା ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସାମ୍ନାନୀତ ଅତିଥି ଭାବରେ ଜଗତସିଂହପୁର ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ,ପ୍ରସନ୍ନ ସ୍ୱାଇଁ, ଜଗତସିଂହପୁର ପୂର୍ବତନ ବ୍ଲକ ର ପୂର୍ବତନ ଉପାଧ୍ୟାକ୍ଷ, ଲଷ୍ମୀକାନ୍ତ ସ୍ୱାଇଁ, ଅଲଣା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ମଲ୍ଲିକ ,ନାଉଗାଁ ବ୍ଲକ ମହିଳା ବିଜୁ ଜନତା ଦଳ, ନାରୀ ନେତ୍ରୀ କାଦମ୍ବିନୀ ସାହୁ, ଡେରିକି ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ପର୍ଶୁରାମ ଜେନା, ବିଷ୍ଣୁ ଚରଣ ବେହେରା,ଯୁବ ନେତା ବିଜୟ ବାରିକ, ପଟ୍ଟନାୟକ, ବିକ୍ରମ ଦାସ, ଜଟାଧାରୀ ଦାସ ଓ କାଳନ୍ଦୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ଲ
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ