ତା ୨୩.୧୦.୨୦୨୩ ଗତ ସୋମବାର ଦିନ ସମଗ୍ର ଦେଶ ପରିବାର ସଙ୍ଗେ ନବମୀ ପାଳନ କରୁଥିଲା ବେଳେ ସମାଜସେବୀ ସଂଘମିତ୍ରା ପଟେଲ ଜଣେ ଅସହାୟ ବୃଦ୍ଧାଙ୍କ ଶବସତ୍କାର କରି ଦେବୀ ଦୁର୍ଗାଙ୍କ ପ୍ରକୃତ ବନ୍ଦନା କରିଛନ୍ତି।
ବରଗଡ଼ ୧୧ ନମ୍ବର ୱାର୍ଡ ସ୍ଥିତ ବାଞ୍ଜିପଡ଼ାର ଜଣେ ମହିଳା ପାର୍ବତୀ ବାଗ୍ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମ୍ରୃତ୍ୟୁବରଣ କରିଥିଲେ। ନିଜର ବୋଲି ତାଙ୍କର ଜଣେ ଧର୍ମପୁତ୍ର ଶ୍ରୀ ଲକ୍ଷ୍ମଣ ବାଗ ତାଙ୍କର ଅର୍ଥିକ ଅନଟନ ଥିବାରୁ ସେ ଶବ ସତ୍କାର କରିବାରେ ଅସମର୍ଥ ବୋଲି କହିଥିଲେ। ଏହା ଜାଣିପାରି ୧୧ ନମ୍ବର ୱାର୍ଡ କାଉନସିଲର ଶ୍ରୀ ସତ୍ୟ ନାରାୟଣ ପଣ୍ଡା ତୁରନ୍ତ ଶ୍ରୀମତୀ ସଂଘମିତ୍ରା ପଟେଲଙ୍କୁ ଉକ୍ତ ବୃଦ୍ଧାଙ୍କ ଶବ ସତ୍କାର କରିବାରେ ସହାୟତା କରିବା ପାଇଁ ନିବେଦନ କରିଥିଲେ।
ନବମୀରେ ନିଜ ପରିବାର ସାଙ୍ଗରେ ସମୟ ଅତିବାହିତ କରିବା ଜାଗାରେ ଶ୍ରୀମତୀ ପଟେଲ ଏହି ସଦକର୍ମକୁ ହିଁ ପ୍ରକୃତ ଦେବୀଙ୍କ ପ୍ରକୃତ ବନ୍ଦନା ବୋଲି ହୃଦୟଙ୍ଗମ କରିଥିଲେ। ବିଳମ୍ବ ନ କରି ଶ୍ରୀମତୀ ପଟେଲ ଶ୍ରୀଯୁକ୍ତ ପଣ୍ଡାଙ୍କ ସହ ମିଶି ବରଗଡ଼ ଜୀରା ନଦୀ କୁଳରେ ଥିବା ନଦୀପଡ଼ା ଶ୍ଵଶାନରେ ଉକ୍ତ ମହିଳାଙ୍କ ଶବସତ୍କାର କରିଥିଲେ। ଏହି ମହତ୍ କାର୍ଯ୍ୟରେ ପଡ଼ାର ଦେବେନ୍ଦ୍ର, ଅଜିତ, ସମ୍ଭୁ ଓ ସଞ୍ଜୟ ସହିତ ସମାଜସେବୀ ବିକାଶ ରାଉଳ ମଧ୍ୟ ସହାୟତା କରିଥିଲେ।
ଜଣେ ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବା କେବଳ ପୁରୁଷର ଅଧିକାର ବୋଲି ଏକ ଧାରଣା ଆମ ସମାଜରେ ରହିଆସିଛି। ହେଲେ ଶ୍ରୀମତୀ ସଂଘମିତ୍ରା ପଟେଲ ଆଜି ବୃଦ୍ଧା ଜଣଙ୍କ ମୁଖାଗ୍ନି ଦେଇ ସେହି ମହିଳାଙ୍କ ଝିଅ ହେବାର କର୍ତ୍ତବ୍ୟ ତୁଳାଇଛନ୍ତି।ବରଗଡ଼ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍