ନିଆରା ଢ଼ଙ୍ଗରେ ପାଳିତ ହେଲା ମା ସର୍ବମଙ୍ଗଳଙ୍କ ଛତରଯାତ୍ରା।
Anchor- ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳା ଙ୍କ ଛତରଯାତ୍ରା ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଛି। ସୋମବାର ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗଉଁନ୍ତିଆ ଘରକୁ ଆସିଥାନ୍ତି । ଦେବୀଙ୍କ ପ୍ରତିମା ଛତର ରୂପରେ ଗଉଁନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ବାହାରି ଥାନ୍ତି । ଦେବୀଙ୍କ ଛତର ବାହାରିବା ପରେ ହଜାରହଜାର ଶ୍ରଦ୍ଧାଳୁ ରାସ୍ତା କଡରେ ଠିଆ ହୋଇ ଧୂପଦୀପ ସହ, ମନ୍ଦାର ମାଳ, ବେଳପତ୍ର, ନଡିଆ ଭାଙ୍ଗି ପୁଜା କରିଥିଲେ
ଦେବୀଙ୍କ ଛତର ବାହାରି ଗାଁ ପରିକ୍ରମା ସମପୁରେ ବନାବାଡି, ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ, ଚିଲିଗୁଡା ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ, ସଂକୀର୍ତ୍ତନ ଦଳ କଳାକାରମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାଙ୍କ ଛତରକୁ ପାଛୋଟି ନେଇ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ପହଞ୍ଚାଇଥିଲେ । ଛତର ପୀଠରେ ପହଞ୍ଚିବା ପରେ ବିଧି ଅନୁସାରେ ପୂଜାପାଠ ଆରମ୍ଭ ହୋଇଥିଲା।
ପୂଜାପାଠ ସମୟରେ ହଜାର ହଜାର ଶ୍ରଦ୍ଧଳୁ ଅପୁତ୍ରୀକ ମହିଳାମାନେ ପୁତ୍ର ସନ୍ତାନ ପାଇଁ ଗୁହାରୀ କରିଥିଲେ । ଦେବୀଙ୍କ ଉପରେ ସ୍ତ୍ରୀମାନଙ୍କ ବିଶ୍ୱାସ କେଉଁ ଆବାହମାନନ କାଳରୁ ଚାଲି ଆସିଛି । ଯାହାରି ଫଳରେ ଶହଶହ ଅପୁତ୍ରିକ ମହିଳା ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥିଲେ ବୋଲି ଦେବୀ ପୂଜକ ମନ୍ଦିର ପୁଝାରୀ ଓ ମହିଳା ଭକ୍ତମାନେ ପ୍ରକାଶ କରିଛନ୍ତି ,
କଳାହାଣ୍ଡି ଜିଲ୍ଲା ରୁ ତିରୁପତି ପାତ୍ର ପୁରୁସୋତ୍ତମ୍ ଙ୍କ ସହ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ ଜାଗ୍ରତ ଭାରତ