Search
Close this search box.

ଅତାବିରାରେ ମୋ ମାଟି ମୋ ଦେଶ

“ଅତାବିରାରେ ମୋ ମାଟି ମୋ ଦେଶ,

ଶହୀଦ ଓ ସ୍ବାଧୀନତା ସଂଗ୍ରାମୀ ପୀଠରୁ ମାଟି ସଂଗ୍ରହ”

ତା:୨୭/୧୦/ ବରଗଡ ଜିଲ୍ଲା ଅତାବିରା

ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶହୀଦଙ୍କ ଘରୁ ,ସ୍ବାଧୀନତା ସଂଗ୍ରାମୀ ପୀଠ ଓ ଘରୁ ଘରୁ ମାଟି

ସଂଗ୍ରହ ଅଭିଯାନ କରାଯାଇଛି। ଏଥିରେ ବିଜେପିର ଶତାଧ୍ଵକ କର୍ମୀଙ୍କ ସହ ଯୋଗଦାନ କରିଥିଲେ। ଅତାବିରା ବ୍ଲକର ଅମଲିପାଲି ଗ୍ରାମ ଗର୍ତିଆଟିକିରା ଶହୀଦ ଯଦୁମଣି ଭୁଏ ଓ ଶହୀଦ ଗୁରୁବାରୁ ଖଡ଼ିଆ, ସୋଢ଼ାପାଲି ବାବାଜୀ ମଠ ପଡ଼ାରୁ ଶହୀଦ କୌଶଳ କିଶୋର ପ୍ରଧାନ ଏବଂ ପାହାଡଶ୍ରୀଗିଡା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଜନାର୍ଦ୍ଦନ ସିଂହଙ୍କ ଘରୁ ମାଟି ସଂଗ୍ରହ କରାଯାଇଛି । ଏହାସହିତ କଳସରେ ଘରୁଘରୁ ମାଟି ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମିଳନ ସେଠ,ଉର୍କୁଲୁ ତାଣ୍ଡି,କୁଶ କୁମ୍ଭାର,ରଞ୍ଜନ ସେଠଙ୍କ ନେତୃତ୍ବରେ ରାଧାଚରଣ ବାରିକ,ବିଦ୍ୟାଧର ପ୍ରଧାନ,ବୀରେନ୍ଦ୍ର ହୋତା,ସରୋଜ ପ୍ରଧାନ,ସନ୍ତୋଷ ବିଶ୍ଵାଳ,ସମେତ ବହୁ ବିଜେପି

କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ, ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ..

Recent Post

Live Cricket Update

You May Like This

× How can I help you?