ହାଇୱା ସହିତ ଟ୍ରକ ଧକ୍କା ଏକ ମୃତ ଦୁଇ ଗୁରୁତର , ଗୁତୁତର ଙ୍କୁ ଚମ୍ପୁଆ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ଠାରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ରିମୁଳି ମଧ୍ୟ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ଉପରେ ଏକ ଟ୍ରକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ କାଲି ଠାରୁ ରାସ୍ତା ଉପର ଅଟକି ରହିଥିଲା। ଉକ୍ତ ଟ୍ରକ ର ଡ୍ରାଇଭର ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ତାଙ୍କ ଟ୍ରକ ମରାମତି କରିବା ପାଇଁ ନେଇ ଆସିଥିଲେ। ହାଇୱା ତଳେ ପଶି ମରାମତି କରୁଥିବା ବେଳେ ତ୍ରିଲୋଚନ ସାହୁ ହାଇୱା ପଛରେ ଛିଡ଼ା ହୋଇ ମରାମତି ନିରୀକ୍ଷଣ କରୁଥିଲେ। ସେହି ସମୟରେ ଦୃତ୍ ଗତିରେ ଆସୁଥିବା ଏକ ୧୬ ଚକିଆ ଟ୍ରକ ହାଇୱା କୁ ପଛ ପଟରୁ ଧକ୍କା ଦେଇଥିଲା। । ଟ୍ରକ ଧକ୍କା ରେ ହାଇୱା ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ହାଇୱା ତଳେ ମରାମତି କରୁଥିବା ମିସ୍ତ୍ରୀ ଆହାତ ହୋଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଛନ୍ତି। ତେବେ ହାଇୱାକୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଯାଇଥିଲା। ଚମ୍ପୁଆ ଥାନା ଓ ରିମୁଳି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍