ଭତ୍ତାତୀୟ ଜୀବନ ବୀମା ନିଗମ LIC ବ୍ରାଞ୍ଚ -1 ତରଫରୁ ପାଳୁରୁ ଗ୍ରାମକୁ ବିମା ଗ୍ରାମ ଘଷିତ।
ଆଜି ଅର୍ଥାତ 27-10-2023 ତାରିଖ ଦିନ ମନ୍ତ୍ରିଡି ଗ୍ରାମପଂଚାୟତ ଅନ୍ତର୍ଗତ ପାଳୁରୁ ଗ୍ରାମକୁ, ଭାରତୀୟ ଜୀବନ ବୀମା ନିଗମ, ବ୍ରହ୍ମପୁର ମଣ୍ଡଳ, ଶାଖା -1 ଦ୍ୱାରା ବୀମା ଗ୍ରାମ ଘୋଷଣା କରାଗଲା। ଶ୍ରୀ K ହରିଶ୍ଚନ୍ଦ୍ର ସାହୁ, MDRT ଏଜେଣ୍ଟ ଙ୍କ ପ୍ରଚେଷ୍ଟା ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ମହାପାତ୍ରଙ୍କ ପ୍ରେରଣା ଓ ଗ୍ରାମବାସି ଙ୍କ ସହଯୋଗରେ ଫଳରେ ଲଗାତାର ଷଷ୍ଠ ଥର ପାଇଁ ପାଳୁରୁ ଗ୍ରାମ ବୀମା ଘୋଷିତ ହୋଇପାରିଲା।
LIC ତରଫରୁ ବରିଷ୍ଠ ଶାଖାପରିଚାଳକ ଶ୍ରୀ ଭି. ରବିକାନ୍ତ ଶାଖା ପରିଚାଳକ ଶ୍ରୀ ଅଭିରାମ ସେଠି, ସହ ଶାଖା ପରିଚାଳକ ଜ୍ୟୋତିରଞ୍ଜନ ମଲ୍ଲିକ, ସୁଜିତ କୁମାର ଦାଶ ଉନୟନ ଅଧିକାରୀ ଶ୍ରୀ ଅଜୟ କୁମାର ମହାପାତ୍ର ଉକ୍ତ ସଭାରେ ଉପସ୍ଥିତ ରହି ଗ୍ରାମ ବାସୀଙ୍କ ସହଯୋଗ କୁ ଧନ୍ୟବାଦ ଦେଇଥିଲେ ଏବଂ 75,000 ହଜାର ଟଙ୍କା ଏକ ଚେକ ଗ୍ରାମର ଉନ୍ନତି ପାଇଁ ପ୍ରଦାନ କରିଥିଲେ ଏବଂ ଏଜେଣ୍ଟ K. ହରିଶ୍ଚନ୍ଦ୍ର ସାହୁଙ୍କୁ ସମ୍ମାନ କରିଥିଲେ।
ଗ୍ରାମବାସୀଙ୍କ ତରଫରୁ ଶ୍ରୀ କାରୀ ମାଧବ ରାଓ ଚେକକୁ ଗ୍ରହଣ କରିଥିଲେ ଏବଂ ସମସ୍ତ ଗ୍ରାମବାସୀ କଥାଦେଇଥିଲେ ଏହିଭଳି ପ୍ରତି ବର୍ଷ ପାଳୁରୁ ଗ୍ରାମକୁ ବୀମା ଗ୍ରାମ କରିବାକୁ ପ୍ରୟାସ କରିବୁ ଏବଂ ଗ୍ରାମର ଉନ୍ନତି କରିବୁ। ଉକ୍ତ ସଭାରେ ଗ୍ରାମର ଭଦ୍ର ବ୍ୟକ୍ତି T. ରଘୁନାଥ, P. ଲୋକନାଥ, K. ଅଶୋକ ରାଓ, G. ବିଶ୍ୱନାଥ, K. ମାଧବ ରାଓ, ସମେତ ଅନେକ ଲୋକ ଉପସ୍ଥିତ ଥିଲେ।