ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ସତର ତମ ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ସତର ତମ ବାର୍ଷିକ ଉତ୍ସବ 2023 ମହା ଆଡମ୍ବରରେ ପାଳିତ ହୋଇଯାଇଛି. ଦୁଇଟି ଅଧିବେଶନରେ ଅନୁଷ୍ଠିତ ଏହି ଉତ୍ସବରେ କବିତା ପାଠ ସହ ମୁ କାହିଁକି ଶିଶୁ ସାହିତ୍ୟ ଲେଖେ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା.ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଶ୍ରୀମତୀ ବ୍ରଜେଶ୍ବରୀ ସିଂଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାସନଗର କଲେଜର ପ୍ରାକ୍ତନ ଅଧକ୍ଷ ଡ଼ କୃଷ୍ଣ ଚରଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଓ ବିଶିଷ୍ଟ ଚଳଚିତ୍ର ଅଭିନେତା ହରିହର ମହାପାତ୍ର ଇଦଘାଟକ ଭାବେ ଯୋଗଦେଇଥିଲେ.2007ରୁ ବଉଳଫୁଲ ଶିଶୁ ସାହିତ୍ୟ ଗଠନ ହୋଇଥିବା ବେଳେ ରାଜ୍ୟରେ ଶିଶୁ ସାହିତ୍ୟକ ମାନଙ୍କୁ ଏକାଠି କରି ବିଶ୍ଵସ୍ତରରେ ସେମାନଙ୍କୁ ପହଂଚାଇବା ଏହି ସଂସଦର ଲକ୍ଷ ବୋଲି କହିଛନ୍ତି ସମ୍ପାଦିକା ବ୍ରଜେଶ୍ବରୀ ସିଂ. କଳା ସାହିତ୍ୟ ପରସ୍ପର ପରିପୂରକ, ସାହିତ୍ୟରୁ ନାଟକ ସୃଷ୍ଟି, ସାହିତ୍ୟକୁ ନେଇ ପୃଥିବୀ ଓ କଳା ଜଗତ ଚାଲିଛି, ସିନେମା ଚାଲିଛି ଓ ସାହିତ୍ୟ ଆଲୋଚନା ମୋତେ ଭଲ ଲାଗେ ବୋଲି ଏଠାକୁ ଆସିବା ସହ ବଉଳଫୁଲ ଶିଶୁ ସାହିତ୍ୟ ସଂସଦର ଉନ୍ନତି କାମନା କରୁଛି ବୋଲି କହିଛନ୍ତି ଚଳଚିତ୍ର ଅଭିନେତା ହରିହର ମହାପାତ୍ର l ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱକଙ୍କ ରିପୋର୍ଟ