Search
Close this search box.

ଲଙ୍ଗୁଳିଆବେଡାରେ ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକ ଯାତ୍ରା

ଲଙ୍ଗୁଳିଆବେଡାରେ ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକ ଯାତ୍ରା

 

ବଅଁରପାଳ,- ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକ ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଛି l ପ୍ରତ୍ୟେକ ବର୍ଷ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୁର୍ଣିମା ଦିନ ମା’ ଙ୍କ ବାର୍ଷିକ ବଡପୂଜାକୁ ବହୁ ପୁରୁଣାକାଳ ପାଳନ କରି ଆସୁଛନ୍ତି ଗ୍ରାମବାସୀ l ଚଳିତ ବର୍ଷ ପୂର୍ଣମୀ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୂର୍ବଦିନ ପାଳନ କରୁଛନ୍ତିl ପ୍ରତ୍ୟୁଷ୍ୟରୁ ମା’ଙ୍କ ସେବକ ତଥା ଦେହୁରୀ ନରେଶ ଚନ୍ଦ୍ର ଦେହୁରୀ ଆଲମ ଘରେ ପୂଜାର୍ଚନା କରି ପୀଠସ୍ଥଳୀ କୁ ଯିବାପାଇଁ ନିମନ୍ତ୍ରଣ କରିଥିଲେ l ପୂର୍ବସୂଚୀ ଅନୁଯାୟୀ ଦିନ ୧୨ ଟାରେ ମା’ଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ମୁଖ୍ୟରାସ୍ତା ପରିକ୍ରମା କରାଯାଇ ପୀଠସ୍ଥଳୀଙ୍କୁ ନିଆଯାଇଥିଲା l ଶୋଭାଯାତ୍ରାରେ ଛତି, ତରାଶ ସହ ଘଣ୍ଟ, ଶଙ୍ଖ, ଢୋଲ, ନିଶାଣ, ଆତସବାଜୀ, ହରିବୋଲ, ହୁଳହୁଳି ଓ ଡିଜେ ସାଉଣ୍ଡରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା l ପଥ ମଧ୍ୟରେ ମା ମାଉସୀ ମାନେ ନୂତନ ଶାଢ଼ୀ ପକାଇ, ଘର ମୁହଁରେ ଝୋଟି ପକାଇ ବନ୍ଦାପନା କରିଥିଲେ l ଶୋଭାଯାତ୍ରା ପୀଠସ୍ଥଳୀରେ ପହଞ୍ଚିବା ପରେ ମାଜଣା କରାଯାଇଥିଲା ଓ ଦେହୁରୀ ନିଜ ସହଯୋଗୀ ବେଲପତରିଆ ବଳଭଦ୍ର ସାହୁ ଙ୍କ ସହଯୋଗରେ ରୀତିନୀତି ଅନୁଯାୟୀ ଷୋଡଶ ଉପଚାରରେ ପୂଜାପାଠ କରିଥିଲେ l ବହୁ ମାନସିକଧାରୀ ମହିଳା ଅଧିଆ ପଡିବା ସହ ଶିଶୁମାନେ ମୁଣ୍ଡନ ହୋଇଥିଲେ l ଏହି ଅବସରରେ ଯାତ୍ରା ପଡିଆରେ ମନୋହରୀ, ଚାର୍ଟ, ଗୁପଚୁପ, ଫାଷ୍ଟଫୁଡ, ଆଇସକ୍ରିମ ଭଳି ଅସ୍ଥାୟୀ ଦୋକାନ ମାନ ଖୋଲିଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଦୁଇ ରାତି କଟକୀ ନାଚ ଗ୍ରାମ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା l ଗ୍ରାମକମିଟି ତଥା ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରା ସମ୍ପନ୍ନ ହୋଇଥିଲା l

Recent Post

Live Cricket Update

You May Like This

× How can I help you?