ତ୍ରିତୋଲ କୁମାର ଉଛବ ସମିତି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ଗଣକବି ବୈଷବ ପାଣି ଙ୍କ ଜୟନ୍ତୀ ପାଳିତ

( ତ୍ରିତୋଲ କୁମାର ଉଛବ ସମିତି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ଗଣକବି ବୈଷବ ପାଣି ଙ୍କ ଜୟନ୍ତୀ ପାଳିତ )
ଜଗତସିଂହପୁର
ତା =୨୯/୧୦/୨୦୨୩

ଓଡିଆ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଦୀର୍ଘ ୫୦ବର୍ଷ ଧରି ଅନବରତ ଉଦ୍ୟମ କରିଆସୁଥିବା ଜଗତସିଂହପୁର ଜିଲ୍ଲାର ପୁରାତନ ଅନୁଷ୍ଠାନ କୁମାର ଉତ୍ସବ ସମିତି ସୁବର୍ଣ୍ଣ ଜୟନ୍ତୀ କରୁଛି। ପାଞ୍ଚଦିନ ବ୍ୟାପି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଷଣ ସହ ଦଳମତ ନିର୍ବିଶେଷରେ ରାଜନୈତିକ ବିଶିଷ୍ଟ ବ୍ୟକ୍ତି ଓ ସାରସ୍ୱତ ସାଧ୍ୟକ ମାନଙ୍କୁ ନେଇ ସାରସ୍ୱତ ଆସରକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଅସ୍ମିତାର ଐତିହାସିକ ଏହି ମାଟିରେ ଯୋଗଦେଇ ନିଜକୁ ଗୌରବାନିତ୍ୱ ବୋଲି କହିଛନ୍ତି। ତିର୍ତ୍ତୋଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସହିତ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଞ୍ଚଦିନ ବ୍ୟାପି ଧୂମଧାମରେ ପାଳନ କରୁଛି।ଦୈନିକ ସଂଧ୍ୟାରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ,ଦଳମତ ନିର୍ବିଶେଷରେ ରାଜନୈତିକ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟ ସାଧ୍ୟକ ମାନଙ୍କୁ ନେଇ ସାରସ୍ୱତ ସଭା ଓ ବିଳମ୍ବିତ ରାତିରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟକ ପରିବେଷଣର ମଜ୍ଜା ନେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆଇନଜୀବୀ ରାଜକିଶୋର ବେହେରା, ଶାରଦା ପ୍ରଧାନ,ଶାରଦା ପ୍ରସନ୍ନ ମହାପାତ୍ର, ସାହିତ୍ୟିକା ରଶ୍ମି ମିଶ୍ର ପ୍ରମୁଖ ଯୋଗଦେଇଥିଲେ।କୁମାର ଉତ୍ସବ ସମିତି ଦୀର୍ଘ ୫୦ବର୍ଷ ଧରି ଓଡ଼ିଆ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରିବାକୁ ପ୍ରୟାସ ଜାରି ରଖିବା ସହ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ପାଳନ ସହ ସାମାଜିକ କାର୍ଯ୍ୟ କରି ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ♥

 

:

Recent Post

Live Cricket Update

You May Like This

× How can I help you?