ବାଲିଘର ତରଫରୁ ନିଆରା ପୂଜ୍ୟ ପୂଜା ପରମ୍ପରା

( ବାଲିଘର ତରଫରୁ ନିଆରା ପୂଜ୍ୟ ପୂଜା ପରମ୍ପରା )

 

ଜଗତସିଂହପୁର

ତା =29/10/23

:ଜୀବନ୍ତ ଅବସ୍ଥାରେ ଅଞ୍ଚଳର ପ୍ରତିଭାଧାରୀ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ପରି ନିଆରା ପୂଜ୍ୟପୂଜା ପରମ୍ପରା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ।ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ମୁଣ୍ଡିଦା ଗ୍ରାମରେ ଚାରିଦଶନ୍ଧି ହେବ ଗଢି ଉଠିଥିବା ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି।ଶାଗବାରିଆସ୍ଥିତ ଖଡଗପୁର ଲକ୍ଷ୍ମୀନୃସିଂହ ମଠ ପରିସରରେ ଆଜି ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀଙ୍କ ୮୫ତମ ଜୟନ୍ତୀ ପାଳନ କରାଯାଇଛି।ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ ଜଣେ ପ୍ରତିଭାବାନ ସାହିତ୍ୟିକ,ଲେଖକ,ଅବସରପ୍ରାପ୍ତ ସଫଳ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ଲୋକପ୍ରିୟ।ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କବି କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱବଧାନରେ ଆୟୋଜିତ ଜନ୍ମ ଜୟନ୍ତୀ ଉତ୍ସବ ଅମରଜ୍ୟୋତି ସାହୁଙ୍କ ସଭାପତିତ୍ୱରେ ଆଇନଜୀବୀ ସୁଧୀର କୁମାର ଖୁଣ୍ଟିଆ, ବୀରନାରାୟଣ ପାତ୍ର,ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତପନ କୁମାର ସାମନ୍ତରାୟ ଓ ଭଞ୍ଜକିଶୋର ବେଉରା,କିଶୋର କୁମାର ଦାସ ପ୍ରମୁଖ ୫୦ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଆୟୋଜିତ ହୋଇଥିଲା।ଲକ୍ଷ୍ମୀନୃସିଂହଙ୍କ ବନ୍ଦନା କରାଯାଇ ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀଙ୍କୁ ବାଲିଘର ପକ୍ଷରୁ ପୁଷ୍ପମାଲ୍ୟ, ଅଙ୍ଗବସ୍ତ୍ର ଦିଆଯାଇଥିଲା।ଏହି ଅବସରରେ ଅନ୍ୟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ପଣ୍ଡିତ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

:

Recent Post

Live Cricket Update

You May Like This

× How can I help you?