ଯାଦବ ମହାସଭା ବିଂଝାରପୁର ମଣ୍ଡଳ ଏବଂ ଯାଜପୁର ଆଞ୍ଚଳିକ ଉନ୍ନୟନ କମିଟି କୋଲକାତା ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି

ଯାଦବ ମହାସଭା ବିଂଝାରପୁର ମଣ୍ଡଳ ଏବଂ ଯାଜପୁର ଆଞ୍ଚଳିକ ଉନ୍ନୟନ କମିଟି କୋଲକାତା ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

 

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ମଲିଆ ସ୍ଥିତ ବରୁଣେଇ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଯାଦବ ମହାସଭା ବିଂଝାରପୁର ମଣ୍ଡଳ ଏବଂ ଯାଜପୁର ଆଞ୍ଚଳିକ ଉନ୍ନୟନ କମିଟି କୋଲକାତା ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୃର୍ବତନ ବ୍ଳକ ଉପାଧ୍ୟକ୍ଷା ଯେମାମଣୀ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ ୨୯୭ ଜଣଙ୍କ ମଧ୍ୟରୁ ୧୩୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୧୬ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅକ୍ଷୟ କୁମାର ବେହେରା, ଉପଦେଷ୍ଟା ଅଞନ କୁମାର ବେହେରା,ସଦାସିବ ବାରିକ,ଯାଦବ ମହାସଭା ବିଂଝାରପୁର ମଣ୍ଡଳର ସଭାପତି ନାରାୟଣ ଚନ୍ଦ୍ର ଦାଶ,ନିରଞନ ଦାସ,ଅଶୋକ ଦାସ,ସୁଧାକର ମହାକୁଡ଼,ଉତ୍ତମ ଦାସ , ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଡ଼ା ଦୁର୍ଗାପ୍ରସାଦ ଦାସ,ବିଜୟ ସାହୁ, ତାପସ କୁମାର ନାୟକ ପ୍ରମୁଖ ରୋଗୀଙ୍କ ଚଷୁ ପରୀକ୍ଷା କରିଥିଲେ।

 

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This

× How can I help you?