( କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ଲିମିଟେଡ଼ ରେ ମହାଦୁର୍ନୀତିର ପେଡି ଖୋଲିଲେ ଏଜେଣ୍ଟ ସୁରେଶ )
ଜଗତସିଂହପୁର
ତା=30/10/23
ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ସ୍ଥିତ କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପାରେଟିଭ ସୋସାଇଟି ଲିମିଟେଡ଼ ରେ ଦୁର୍ନୀତି ଚରମ ସୀମା ଲଙ୍ଘିଛି | ଏହି ସୋସାଇଟି ରେ ଅଧିକାଂଶ ହିତାଧିକାରୀ ଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଟାଳ ଟୁଳ ନିତି ଅବଲମ୍ବନ କରାଯାଉଥିବା ସଂକ୍ରାନ୍ତ ରେ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଲେ ଏଜେଣ୍ଟ ସୁରେଶ କୁମାର ସ୍ୱାଇଁ | ସୋସାଇଟି ରେ ଅଧିକାଂଶ ହିତାଧିକାରୀ ଙ୍କ ର କରେଣ୍ଟ ଆକାଉଣ୍ଟ ନ ଥାଇ ସମ୍ପାଦକ ଙ୍କ ସୁପାରିଶ ରେ ବେଆଇନି ଭାବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯାଇଛି | ଋଣ ପ୍ରଦାନ ସମୟରେ ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରାଯାଉନାହିଁ | ସୋସାଇଟି ରେ ଜମାକାରୀ ଙ୍କ ଗଛିତ ଟଙ୍କା କୁ ସମ୍ପାଦକ, ସହ ସମ୍ପାଦକ, ସାଧାରଣ ପରିଚାଳକ ଏବଂ ତାଙ୍କ ଆତ୍ମୀୟ ସ୍ୱଜନ ଙ୍କୁ ବେଆଇନି ଭାବେ କୋଟି କୋଟି ଟଙ୍କା ଋଣ ପ୍ରଦାନ କରାଯାଉଛି | ଋଣ ପ୍ରଦାନ ସମୟରେ ସତ ପ୍ରତିଶତ ବନ୍ଧକ ରଖିବାର ନିୟମ ଥିବା ବେଳେ ବ୍ୟବସାୟୀ ମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଉଥିବା ବେଳେ ଆତ୍ମୀୟ ସ୍ୱଜନ ଙ୍କ ପାଇଁ ତାହା ଲାଗୁ କରାଯାଉନାହିଁ | ଏଥିନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି |ଏ ସମ୍ପର୍କ ରେ ସମବାୟ ସହ ନିବନ୍ଧକ ଙ୍କ ଏକ ସ୍ୱତନ୍ତ୍ର ଟିମ ତଦନ୍ତ କରିଛି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରାଯାଇନାହିଁ | ତେଣୁ ରାଜ୍ୟ ସରକାର ଙ୍କ ଦ୍ଵାରା ଇଡି କିମ୍ବା କ୍ରାଇମବ୍ରାଞ୍ଚ ଦ୍ଵାରା ସମସ୍ତ ଘଟଣା ତଦନ୍ତ କାଟିବାକୁ ଏଜେଣ୍ଟ ସୁରେଶ କୁମାର ସ୍ୱାଇଁ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ