ବ୍ୟାସନଗର, ୨୧/୧୧ : ଓଡିଶା ପ୍ରସିଦ୍ଧ ବ୍ୟାସନଗରର ଗଣପର୍ବ ମା’ କାଳୀପୂଜା ଧୂମ୍ଧାମ୍ ରେ ଚାଲିଅଛି । ସାରା ସହର ଆଲୋକମାଳାରେ ସୁସଜ୍ଜିତ ହୋଇ ଝଲସୁଛି । ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାରହଜାର ଭକ୍ତ ଭିଡ ଜମାଉଛନ୍ତି । ଚଳିତବର୍ଷ ୧୬ଗୋଟି ପୂଜା ମଣ୍ଡପରେ ମା’ କାଳୀ ପୂଜା ପାଉଛନ୍ତି । ସେଗୁଡିକ ହେଲା – ଥାନା ଛକ (ଚାନ୍ଦମା), କହ୍ନେଇପୁର, ଚୋରଦା, ଆର୍ୟନ କ୍ଲବ୍, ନହକା ବାଇପାସ୍, ଗୋପବନ୍ଧୁ ନଗର, ଦଳା, ଷ୍ଟିଲସିଟି କ୍ଲବ୍ (ନଟପଡା), ନୂଆ ମାର୍କେଟ୍, କୋପଣ୍ଡ, ବେନାର, ବସଷ୍ଟାଣ୍ଡ, ରାଧାନାଥ ମାର୍ଗ, ଧବଳଗିରି ବଜାର କମିଟି, ଧବଳଗିରି ମନ୍ଦିର, ବ୍ୟାଙ୍କ ଷ୍ଟ୍ରିଟ୍ । ଏହି ୧୬ଗୋଟି ପୂଜା ମଣ୍ଡପରେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ପହଂଚି ପୂଜା ମଣ୍ଡପରେ ମା’କାଳୀଙ୍କୁ ଦର୍ଶନ କରିବା ସହିତ ପୂଜା କମିଟି ସହିତ ଆଲୋଚନା କରିଥିଲେ । ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନକରି ଅଞ୍ଚଳବାସୀଙ୍କ ସୁଖଶାନ୍ତି କାମନା କରିଥିଲେ । ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ କର୍ମୀ ଓ ତାଙ୍କ ଶୁଭେଚ୍ଛୁମାନେ ଶ୍ରୀ ଦାସନାୟକଙ୍କୁ ପ୍ରତ୍ୟେକ ପୂଜାମଣ୍ଡପ ପାଖକୁ ପାଛୋଟି ନେଇଥିଲେ । ପ୍ରତ୍ୟେକ ପୂଜା ମଣ୍ଡପରେ କର୍ମକର୍ତ୍ତାମାନେ ଶ୍ରୀ ଦାସନାୟକଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶ୍ରୀ ଦାସନାୟକ ସମସ୍ତ କମିଟିର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ