କଟକ – ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ଓ ଟାଙ୍ଗୀ – ଚୌଦ୍ଵାର ବ୍ଲକରେ ହେଉଥିବା ପିସି କାରବାର ବିରୁଦ୍ଧରେ ଭାଜପା ସାଲେପୁର ମଣ୍ଡଳ ତରଫରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ କୁମାର ବେହେରାଙ୍କ ନେତୃତ୍ୟରେ ବହୁ କର୍ମୀ ଯୋଗଦେଇ ଟାଙ୍ଗୀ ଅଞ୍ଚଳରେ ରାଲି କରିବା ସହିତ ଟାଙ୍ଗୀ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ବ୍ଲକ ଆଗରେ ଏକ ମଞ୍ଚରେ ବିଜେପି ନେତା ଓ କର୍ମୀମାନେ ଶାସକ ଦଳର ଦୁର୍ନୀତି ସଂକ୍ରାନ୍ତରେ ଗର୍ଜିଥିଲେ । ଆଇନ ସୁରକ୍ଷା ନିମନ୍ତେ ଟାଙ୍ଗୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ଲକ ଆଗରେ ପୋଲିସ ତରଫରୁ ହୋଇଥିବା ବ୍ୟାରିକେଡ଼କୁ ଭାଙ୍ଗି ବିଜେପି କର୍ମୀ ମାନେ ବ୍ଲକ ଆଫିସ ଭିତରକୁ ପଶିବାକୁ ଚେଷ୍ଟା କରିବା ସମୟରେ ପୋଲିସ ଓ କର୍ମୀ ମାନଂକ ମଧ୍ୟରେ ଠେଲା ପେଲା ହୋଇଥିବା ଦେଖିବାକୁ ମିଳିଥିଲା । ଏକ ମାସ ପରେ ବ୍ଲକର ପିସି ଦୁର୍ନୀତି ବିରୋଧରେ ବିଜେପି ବ୍ଲକ ଘେରାଉ କରିବ ବୋଲି କଟକ ଜିଲ୍ଲା ସଭାପତି ପ୍ରକାଶ କୁମାର ବେହେରା ସୂଚନା ଦେଇଛନ୍ତି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରେ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।