ଢ଼େଙ୍କାନାଳ – ଜଗତର କଲ୍ୟାଣ ପାଇଁ ଚାଲିଅଛି ତପୋବନ ମହିମା ମେଳା। ଶ୍ରୀମଦ୍ ରଘୁନାଥ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନର ସହଯୋଗ ରେ ମହିମା ପୀଠ କମିଟି ତଥା ସ୍ଥାନୀୟ ଲୋକମାନଙ୍କର ସକ୍ରୀୟ ସହଯୋଗ ରେ ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ଜନସମାଗମ ହୋଇଥିଲା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ତପୋବନ ମହିମା ପୀଠ ରେ। ମହିମା ଗୋସାଇଁ ଙ୍କ ଗୁଣଗାନ କରି ନିଜକୁ ସମର୍ପିତ କରିଥିଲେ ଅନେକ ଭକ୍ତ। ଏହା ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଥିଲା ଜଗତର କଲ୍ୟାଣ ପାଇଁ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।