ବିଷୟ __ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅନ୍ତର୍ଗତ କଂସ
ପଞାୟତ ସାରୁଆବିଲି ଶୁକରଙ୍ଗୀ ଦେହୁରୀ ସାହିର ଲୋକଙ୍କ ଜାଗା ଉପରେ omc
ଖଣିଖାଦାନ ନିର୍ମାଣ କରିବା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ସେଥିପାଚାଇଁ ସ୍ଥାନୀୟ ଲୋକେ ଘୋର ବିରୋଧ କରିଛନ୍ତି। ଏହି omc ରେ ସ୍ଥାନୀୟ ଲୋକେ ଚାଷ ଜମି ନଷ୍ଟ, ପାନୀୟଜଳ ର ଅବ୍ୟବସ୍ଥା , ସ୍ବାସ୍ଥ୍ୟ ସେବାରେ ଅବହେଳା କରୁଥିବା ଦ୍ଵାରା ସ୍ଥାନୀୟ ଲୋକମାନେ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ସେଠାରେ ସ୍ଥାନୀୟ ଲୋକେ ଚାକିରି ପାଉନାହାନ୍ତି।ବାହାରଲୋକ ମାନେ ଚାକିରୀ ପାଉଛନ୍ତି। ସେଥିପାଚାଇଁ ଆଜି ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।ଏହି ଜନଶୁଣାଣୀ ଶିବିରରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଫିସର ମାନେ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ