ବରଗଡ଼- ଅଦ୍ୟ ତାରିଖ 23.11.2023 ସନ୍ଧ୍ୟା 5.00 ସମୟରେ ଅଗ୍ରଣୀ ସମାଜିକ ଅନୁଷ୍ଠାନ ବରଗଡ଼ ବିକାଶ ମଞ୍ଚ ନିରନ୍ତର ଭାବରେ ସାଧାରଣ ଲୋକଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନାଗମନ ଉନ୍ନତି ପାଇଁ ନିଜ ପ୍ରୟାସ ଜାରି ରଖିଛି. ଏହି ପରିପେକ୍ଷୀ ରେ ଆଜି ବରଗଡ ବିକାଶ ମଞ୍ଚର ଅଧ୍ୟକ୍ଷ ସର୍ଦାର ପ୍ରିତମ ସିଂ ଙ୍କ ନେତୃତ୍ବ ରେ ଏକ ପ୍ରତିନିଧି ମଣ୍ଡଳ ସ୍ୱାସ୍ଥ୍ୟ କ୍ଷେତ୍ର ରେ ଦେଖା ଦେଉ ଥିବା ବିଭିନ୍ନ ସମସ୍ୟା ଙ୍କୁ ନୂତନ ଭାବରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନିକ ଅଧିକାରୀ ଭାବେ ଯୋଗଦାନ କରି ଥିବା ଆରତୀ ଭୋଇ ଙ୍କୁ ଭେଟି ସମାଧାନ ଦିଗ ରେ ପଦକ୍ଷେପ ନେବା ଙ୍କୁ ଅନୁରୋଧ କରି ଥିଲେ. ବିଗତ ଜୁଲାଇ ମାସ ରେ ବିକାଶ ମଞ୍ଚ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ଦେଖା ଦେଇ ଥିବା ଅଚଳ ଫ୍ୟାନ, ଅଚଳ ୱାଟର ଫ୍ରିଜର, ଅଚଳ ଲିଫ୍ଟ, ବିଭିନ୍ନ ସ୍ଥାନ ରେ ସେଡ ନିର୍ମାଣ, ବିଭିନ୍ନ କାଉଣ୍ଟର ରେ ଭିଡ଼,ପ୍ରତିକ୍ଷାରତ ରୋଗୀ ଏବଂ ଆଟେଣ୍ଡର ପାଇଁ ବସିବା ସୁବିଧା, ଆବଶ୍ୟକ ସ୍ଥାନରେ ୱାଳ ଫ୍ୟାନ, ଉପର ବେଳା ଓପିଡି ରେ ଡାକ୍ତର ସୁବିଧା ସଙ୍ଗେ ସଙ୍ଗେ ଅନେକ ସମସ୍ୟା ବିଷୟ ରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରି ଥିଲେ. ବର୍ତ୍ତମାନ ନୂତନ ପ୍ରଶାସାନିକ ଅଧିକାରୀ ଙ୍କୁ ମଧ୍ୟ ସ୍ଵାଗତ ଜଣାଇ ଏହି ସମସ୍ୟା ବିଷୟ ରେ ଆଲୋଚନା କରି ଥିବା ବେଳେ ସମାଧାନ ଦିଗ ରେ ପଦକ୍ଷେପ ନେବା ପାଇଁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ଅବସର ରେ ମଞ୍ଚ ସମ୍ପାଦକ ଶ୍ରୀ ଅଭିଜିତ ପ୍ରତିହାର, ଶ୍ରୀ ରାମକୃଷ୍ଣ ମେହେର, ଶ୍ରୀ ମନୋରଞ୍ଜନ ପୂଜାରୀ, ମହମ୍ମଦ ଅସଲମ ପ୍ରମୁଖ ଉପସ୍ଥିତ ଥିଲେ. ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.