ଫୋଟ ଉଠାଇବା ପଡିଲା ମହଙ୍ଗା ଗୋଡ ଖସିଯିବାରୁ ଜଳପ୍ରପାତରେ ଛାତ୍ର ନିଖୋଜ। ଏହିଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତରେ। ଷ୍ଟଡି ଟୁର ପାଇଁ ଆସି ଜଳପ୍ରପାତ ରେ ଗାଧୋଇବା ହେଲା କାଳ। ଅସାବଧାନତା କାରଣ ରୁ ଜଳ ପ୍ରପାତ ରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି। କଲିକତା ଅଞ୍ଚଳ ର ଆଶୁତୋଷ ଘରୋଇ କଲେଜ ରୁ ଛାତ୍ରମାନେ ଷ୍ଟଡି ଟୁର ରେ ଯୋଡ଼ା ଅଞ୍ଚଳ କୁ ଆସିଥିବା ବେଳେ ବଲାଣି ଥାନା ଅନ୍ତର୍ଗତ ପାଣ୍ଡୁଲୁ ଜଳପ୍ରପାତ କୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ। ଅସାବଧାନତା କାରଣରୁ ତାରାଶଙ୍କର ସରକାର ନାମକ ଛାତ୍ର ଜଳପ୍ରପାତ ରେ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବଡବିଲ ଅଗ୍ନୀସମ ବିଭାଗ କର୍ମଚାରୀ ଉଦ୍ଧାର କରି ବଲାଣି ପୋଲିସ୍ ସାହାଯ୍ୟରେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିବା ନେ଼ଇ ସୂଚନା, ନିଖୋଜ ଛାତ୍ରକୁ ଗତ କାଲି ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜି ଖୋଜି ନୟାନ୍ତ ହୋଇଥିବା ବେଳେ ଆଜି ରାଉଲକେଲା ରୁ ଓଡ୍ରାଫ୍ ଟିମ୍ ଆସି ଘଟଣା ସ୍ଥଳରେ ଖୋଜାଖୋଜି କରୁଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଉକ୍ତ ନିଖୋଜ ଛାତ୍ରକୁ ଉଦ୍ଧାର୍ କରିବାରେ ବିଫଳ ହୋଇଛନ୍ତି, ଅନ୍ୟ ପକ୍ଷରେ ଘଟଣା ସ୍ଥଳରେ ବଡବିଲ ଉପଖଣ୍ଡ ଅଧିକାରୀ ଓ ବାଲାଣି ଥାନାଧିକାରୀ ସଦଳବଳେ ଉପସ୍ଥିତ ଘଟଣା ଉପରେ ନଜର ରଖିଛନ୍ତି। ଅନ୍ୟ ପକ୍ଷରେ ନିଖୋଜ ଛାତ୍ର ତରାସଙ୍କର ଙ୍କ ବଡଭାଇ ଅଭିଷେକଙ୍କ କହିବା କଥା 30ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ତାଙ୍କ ସାନଭାଇ ନିଖୋଜ ଥିବାରୁ ଏହା ଏକ ଦୁର୍ଘଟଣା ନା ଏହା ପଛରେ କିଛି ରହସ୍ୟ ରହିଛି ତାହାର ସଠିକ୍ ତଦନ୍ତ ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍