ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କଲା ଚମ୍ପୁଆ ପୋଲିସ୍। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଗାଁ ମୁଣ୍ଡରେ ନିର୍ମିତ ବର୍ଜ୍ୟବସ୍ତୁ ପରିଚାଳନା ଗୃହ ମଧ୍ୟରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଙ୍କ ନିକଟରୁ ଖବର ପାଇ ଚମ୍ପୁଆ ପୋଲିସ୍ ଓ ରିମୁଳି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବ୍ୟକ୍ତି ଙ୍କ ପରିଚୟ ଏବେ ସୁଦ୍ଧା ଜଣା ପଡ଼ି ନାହିଁ । ସୂଚନା ଅନୁସାରେ ରିମୁଳି କଲେଜ ପାଶ୍ୱର୍ରେ ପଞ୍ଚାୟତ ଦ୍ବାରା ନିର୍ମିତ ଏକ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ନିକଟ ପଡ଼ିଆ କୁ ରିମୂଳି ଗ୍ରାମ ର ଜଣେ ବ୍ୟକ୍ତି ଶୌଚ ହେବାକୁ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଧିରେ ଧିରେ ଏହି ଖବର ବ୍ୟାପିବା ପାରେ ଚମ୍ପୁଆ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।