ଜଗତସିଂହପୁର – ଜଗତସିଂହପୁର ବ୍ଲକ ସମନ୍ୱିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଥିବା ଆଳିପିଙ୍ଗଳ (କ )ଅଙ୍ଗନୱାର୍ଡି କେନ୍ଦ୍ର ର ନିଜସ୍ୱ ଗୃହ ନଥିବାରୁ ଦୀର୍ଘଦିନ ଧରି ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟ ପରିସରରେ ଅଙ୍ଗନୱାର୍ଡି କେନ୍ଦ୍ର ଚାଲିଥିଲା |ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟ ଟି ରାଜ୍ୟ ସରକାର ଙ୍କ ଫାଇପ ଟି ଅନ୍ତର୍ଭୁକ୍ତ ହେଲା ପରେ ଦୀର୍ଘ ଦିନ ଧରି ଆଳିପିଙ୍ଗଳ (କ )ଅଙ୍ଗନୱାର୍ଡି କେନ୍ଦ୍ର ଟି ଅସ୍ଥାୟୀ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ରେ ଚାଲୁଛି | ରାଜ୍ୟ ସରକାର କ ପକ୍ଷରୁ ସ୍ଥାୟୀ ଅଙ୍ଗନୱାର୍ଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ସାତ ଲକ୍ଷ୍ୟ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି | ହେଲେ ଅଙ୍ଗନୱାର୍ଡି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଆଳିପିଙ୍ଗଳ ଅଙ୍ଗନୱାର୍ଡି (କ )କେନ୍ଦ୍ର ଟି ପଞ୍ଚାୟତ କାର୍ଯ୍ୟାଳୟ ରେ ଚାଲିଛି | ଆଳିପିଙ୍ଗଳ ଅଙ୍ଗନ ୱାର୍ଡି କେନ୍ଦ୍ର ତୁରନ୍ତ ପୂର୍ଣ୍ଣାଙ୍ଗ କରିବାକୁ ସାଧାରଣ ରେ ଦାବି ଜୋର ଧରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ