ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ଶୈବପୀଠରେ ନିର୍ମାଣାଧିନ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ରତ୍ନମୁଦ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଚକୁଳି ଗ୍ରାମ ମହାଦେବ ମନ୍ଦିର ପୋଖରୀରୁ ମହିଳାମାନଙ୍କ ଏକ ପୂର୍ଣ୍ଣ କଳସ ଶୋଭାଯାତ୍ରା ହୋଇଥିଲା । ପାହାଡ଼ଶ୍ରୀଗିଡା ଓ ବନହର ଗ୍ରାମର ମହିଳା କୀର୍ତ୍ତନ ଶୋଭାଯାତ୍ରାରେ ଯୋଗଦେଇଥିଲେ l ସାନ୍ଧ୍ୟ ୫ଘଣ୍ଟାରେ ପୂଜାର ପୂର୍ଣ୍ଣାହୂତି ପଡିଥିଲା । ଏହିପୂଜାକର୍ମରେ କର୍ତ୍ତାରୂପେ ସପତ୍ନିକ ରତ୍ନାକର ମହାପାତ୍ର ଓ ମନୋରମା, ଯୋଗେଶ୍ବର ଭୋଇ ଓ ଗୋଲାପୀ, ରାମ ଅଗ୍ରୱାଲ ଓ ରେଣୁ, କୈଲାସଚନ୍ଦ୍ର ମିଶ୍ର ଓ ପ୍ରତିମା,ଦୀନେଶ ଗାଇଗରିଆ ଓ ସୌଦାମିନୀ, ଝସକେତନ ସାହୁ ଓ ମମତାମୟୀ, ସୁଦାମ ମହାପାତ୍ର ଓ ମୌସୁମି, ତରଙ୍ଗ ମେହେର ଓ ଶୁଭଶ୍ରୀ, ରବିନ୍ଦ୍ର ଭୋଇ ଓ ଯମୁନା , ବିଦ୍ୟାଧର ମେହେର ଓ ରୀତା, ରଙ୍କମଣୀ କର୍ମୀ ଓ ବାସନ୍ତୀ, ଅଶ୍ବିନୀ ପ୍ରଧାନ ଓ ମିନତୀ ପ୍ରମୁଖ ୧୨ ଯୋଡି ଏବଂ ପୁରୋହିତ ପଣ୍ଡିତ ବଂଶୀଧର ମିଶ୍ର ଓ ସହଯୋଗୀ କାର୍ଯ୍ୟ ସମ୍ପାଦକ କରିଥିଲେ l
ପ୍ରକାଶ ଥାଉକି ଗୁଜୁରାଟର ସୋମନାଥ ଓ ନାଗେଶ୍ଵର, ଆନ୍ଧ୍ର ପ୍ରଦେଶର ମଲ୍ଲିକାର୍ଜୁନ,ମଧ୍ୟପ୍ରଦେଶର ମହାକାଳେଶ୍ଵର ଏବଂ ଓମକାରେଶ୍ୱର,ଝାରଖଣ୍ଡର ବୈଦ୍ୟନାଥ ଧାମ,ମହାରାଷ୍ଟ୍ରର ଭୀମାଶଙ୍କର, ତୈରଙ୍କେଶ୍ଵର ଓ ବିମଳେଶ୍ଵର, ତାଲିମନାଡୁର ନାଗେଶ୍ବରମ,ଉତ୍ତରପ୍ରଦେଶର କାଶୀବିଶ୍ଵନାଥ ଏବଂ ଉତ୍ତରାଖଣ୍ଡର କେଦାରନାଥର ଅବିକଳ ନକଲରେ ଏହା ନିର୍ମିତ ହୋଉଥିବା ମନ୍ଦିର କମିଟି ପ୍ରକାଶ କରିଛନ୍ତି । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ,ଡି ମୂରଲୀ କ୍ରିଷ୍ଣା, ଉର୍କୁଲୁ ତାଣ୍ଡି,ସମାଜସେବୀ ଫକିର କର୍ଣ୍ଣ, ଗୋବିନ୍ଦ ନାଗ ପ୍ରମୁଖ ଯୋଗଦେଇଥିଲେ। ଚକୁଳି ଫାର୍ମ ସବିତା ହେଲଥ କ୍ଲିନିକ ର ଫାର୍ମାସିଷ୍ଟ ବରୁଣ ପ୍ରଧାନ ଓ ଭୋଇ କ୍ଲିନିକ ର ଫାର୍ମାସିଷ୍ଟ ପବିତ୍ର ନାଏକ ଭକ୍ତମାନଙ୍କ ଆଶୁ ଚିକିତ୍ସା ଦାୟିତ୍ୱ ବହନ କରିଥିଲେ l ଏହି ଅବସରରେ ଯୁଧିଷ୍ଠିର ମହାପାତ୍ର ଙ୍କ ସମ୍ପାଦିତ ଏକ ନିଉଜ ପୋଟାଲ “ସଂସ୍କୃତି ମିଡ଼ିଆ” ଲୋଗୋ କୁ ଅତାବିରା ବିଧାୟିକା ସ୍ନେହାଙ୍ଗୀନୀ ଛୁରିଆ ଉନ୍ମୋଚନ କରିଥିଲେ l
ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ସରଣ୍ଡା ଗ୍ରାମ୍ୟ କମିଟିର ସଭାପତି ପ୍ରଶାନ୍ତ ମିଶ୍ର,ମନ୍ଦିର ପରିଚାଳନା କମିଟିର ସଭାପତି ସଚ୍ଚିଦାନନ୍ଦ ମିଶ୍ର, ଉପସଭାପତି ରାଧେଶ୍ୟାମ ମହାପାତ୍ର , ସମ୍ପାଦକ ବିନୋଦ ମେହେର, ସଞ୍ଚାଳକ ମନୋଜ ମହାପାତ୍ର,ତରଙ୍ଗ ମେହେର,ଶୁଭଶ୍ରୀ ମେହେର ଏବଂ ଆଖପାଖ ଅଞ୍ଚଳର ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଯୁଧିଷ୍ଠିର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ