ଜଗତସିଂହପୁର :
ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ /ପୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦ /ଆଶ୍ରିବାଦ ସେବା ସଂଗଠନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ରେ 75ତମ ସମ୍ବିଧାନ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ଏବଂ ଆଲ ଓଡିଶା ଭୋଇ ସମାଜ ସଭାପତି ଶଙ୍କର ଦାସ, ସମ୍ପାଦକ ଅକ୍ଷୟ କୁମାର ଦାସ | ପୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦ ସଭାପତି ମଧ୍ୟାବେନ୍ଦ୍ର ଗୋଛାୟତ, କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର | ଉପ ସଭାପତି ଗୋକୁଳାନନ୍ଦ ପଲାଈ | ସମ୍ପାଦକ ଚିନ୍ମୟ ନାଥ | ପୂର୍ବତନ କାଜୁ ନିଗମ ଅଧକ୍ଷ୍ୟ ଅମରେନ୍ଦ୍ର ଦାସ |ଆଶ୍ରିବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ପ୍ରମୁଖ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଆମ ସମାଜ ରେ ସାମ୍ବିଧାନିକ ଵିଧି ବ୍ୟବସ୍ତା ସମ୍ପର୍କ ରେ ଉଦବୋଧନ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ