ଆମ ଆଦମୀ ପାର୍ଟି ଢେ଼ଙ୍କାନାଳ ଶାଖା ପକ୍ଷରୁ ସମ୍ବିଧାନ ଦିବସ ଏବଂ ଦଳର ସ୍ଥାପନା ଦିବସ ସ୍ଥାନୀୟ ଗୋପୀନାଥ ଗାର୍ଡେନ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ଜିଲ୍ଲା ଅlବାହକ ପଙ୍କଜ ନାୟକଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନେ ଭାରତ ରତ୍ନ ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଧୂପ ଦାନ କରିଥିଲେ l ପ୍ରାରମ୍ଭରେ ସ୍ଥାନୀୟ ଦଳିତ ବସ୍ତିର କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ରାଜ୍ୟ ଆବାହକ ଶ୍ରୀ ମହାପାତ୍ର
ଦଳର ୧୧ ବର୍ଷର ସଂଘର୍ଷ ମୟ ଇତିହାସକୁ ମନେ ପକାଇ ଆଗାମୀ ଦିନର ସାଂଗଠାନିକ କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ଆଲୋଚନା କରିଥିଲେ l ଜିଲ୍ଲାରେ ଚାଲିଥିବା ଅନଲାଇନ୍ ମେମ୍ବରସିପ୍ ସମ୍ପର୍କରେ ଆଲୋଚନା କରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ହଜାର ମେମ୍ବର୍ କରିବାପାଇଁ କହିଥିଲେ l ଏହି କାର୍ଯ୍ୟକ୍ରମରେ ଉପସଭାପତି ରମେଶ ପଣ୍ଡା ଓ ବିକ୍ରମ ରାଉତ, ସମ୍ପାଦକ ବିଧୁ ରଞ୍ଜନ ନାୟକ, ଚିନ୍ମୟ ସେନାପତି ଓ ଶଙ୍କର୍ଷଣ ଦଳାଇ , ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛୟତ, ଜିତେନ୍ଦ୍ର ବେହେରା, ଗାଁଦିଆ ବ୍ଲକ ସଭାପତି ଶେଷଦେବ ବେହରା ଓ ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ଵାଳ , ଦେବରାଜ ପାତ୍ର, ସୁବ୍ରତ ମହାକୁଡ, ରବୀନ୍ଦ୍ର ସ୍ୱାଇଁ , ସୁଲୋଚନା ନାଏକ, ବିଭୂତି ନାଏକ, ଜୟନ୍ତ ଦାସ, ଉପେନ୍ଦ୍ର ବିଶ୍ଵାଳ, ଅମୁଲ୍ୟ ନାଏକ, ଗିରିଶ ଦାସ, ଅଶୋକ ବେହେରା, ପ୍ରସନ୍ନ ବରାଳ, ଅଜୟ ସାହୁ, ମଧୁ ମଲିକ ପ୍ରମୁଖଙ୍କ ସହିତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସଭା ପରିଚାଳନା କରିଥିଲେ l