ଢେଙ୍କାନାଳ ଜିଲ୍ଲା ପରିଷଦ ର ପୂର୍ବତନ ଉପାଧକ୍ଷ ରଞ୍ଜନ ନନ୍ଦ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ନଭେମ୍ବର ମାସ ଅଠେଇଶି ତାରିଖ ସକାଳ ସମୟରେ ଇହଲୀଳା ସମ୍ବରଣ କରିଥିଲେ। ସେ ଜଣେ ପରୋପକାରୀ ଓ ବିଶିଷ୍ଟ ସମାଜସେବୀ ଥିଲେ।
ତାଙ୍କ ବିୟୋଗ ରେ ଗଁଦିଆ ସ୍ମୃତି ସଂସଦ ତରଫରୁ ଶୋକସଭା କରାଯାଇଅଛି।
ଏକ ଶୋକବାର୍ତ୍ତା ଗଁଦିଆ ସ୍ମୃତି ସଂସଦ ତରଫରୁ ସଭାପତି ହରିହର ସାହୁ ଓ ଉପଦେଷ୍ଟା ମଣ୍ଡଳୀ ରୁ ଡଃ ସମୀର କୁମାର ସାହୁ ପ୍ରଦାନ କରି ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଏଥି ସହିତ ଦେଓଗାଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସାଗରିକା ସାହୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଓ ପରିବାର ବର୍ଗଙ୍କୁ ଗଁଦିଆ ସ୍ମୃତି ସଂସଦ ସହିତ ସମବେଦନା ଜ୍ଞାପନ କରିଛନ୍ତି।