ଢେଙ୍କାନାଳ ତା ୨୯/୧୧ ନିଷ୍କ୍ରିୟ ପ୍ରଶାସନ କୁ କ୍ରିୟାଶିଳ କରାଇବା ସାମ୍ବାଦିକତାର ଧର୍ମ ହେଉ ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ଓଡ଼ିଶା ପତ୍ରକାର ମହାସଂଘ ର ଓଡ଼ିଶା ଶାଖା ର ବାର୍ଷିକ ଅଧିବେଶନ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରକାଶ କରିଛନ୍ତି । ଢେଙ୍କାନାଳ ର ରେଙ୍ଗାଲି ଅତିଥି ଭବନ ରେ ଅନୁଷ୍ଟିତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓଡ଼ିଶା ସରକାର ଙ୍କ ପୂର୍ବତନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁ । ସ୍ଵତନ୍ତ୍ର ଅତିଥି ଭାବେ ଭାରତ ପତ୍ରକାର ସଂଘ୍ କାର୍ଯ୍ୟକାରୀ ସଭାପତି କିରଣ କୁମାର ଗୋଗୋଇ ଯୋଗଦେଇ ଥିଲେ । ଢେଙ୍କାନାଳ ଜିଲ୍ଲା ସଭାପତି ମାନସ ରଥ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଉପ ସଭାପତି ପ୍ରଦୀପ କୁମାର ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆପ ଦଳ ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସାମ୍ବାଦିକତା ବୃତ୍ତିରେ ରହିବାକୁ ହେଲେ ଏବେ ସାଲିସ କରିବାକୁ ପଡୁଛି । ଯାହାକି ଦେଶ ପାଇଁ ଶୁଭଙ୍କର ନୁହେଁ । ଏହି ଅବସରରେ ଢେଙ୍କାନାଳ କୁଞ୍ଜ କାନ୍ତ ରେ ରହୁଥିବା ସମାଜସେବୀ ଉତ୍ତରୀୟ ମାନପତ୍ର ପୁଷ୍ପ ଗୁଛ ପ୍ରଦାନ ପୂର୍ବକ ଶରତ ଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ଅବିନାଶ ମିଶ୍ର , ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁ ଯୋଗ ଦେଇଥିଲେ । ସାଧାରଣ ସଂପାଦକ ରାମ ଦାସ ଲିମା ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସଭାପତି ହରପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ସଂଘ ଭୁବନ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ଆଭାସ ବରାଳ , ଲକ୍ଷ୍ମୀ ନାରାୟଣ ତ୍ରିପାଠୀ , ବାଇଧର ନାଏକ , ପ୍ରେମାନନ୍ଦ ମହାନ୍ତି ନୃସିଂହ ଚରଣ ମହାପାତ୍ର ଙ୍କ ସହ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।