କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ ଆଠ ଜଣଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ। ବାହାରିଥିଲେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ରାସ୍ତାରେ ଟେକିନେଲେ ଯମଦୂତ। ଘନ କୁହୁଡି ଅବା ଦ୍ଡ୍ରାଇଭର ର ଅସାବଧାନତା କିମ୍ବା ରାଜ ରାସ୍ତାରେ ଅବୈଧ ପାର୍କିଂ ଯୋଗୁ ଚାଲିଗଲା ନିରୀହ ଲୋକଙ୍କ ଜୀବନ।ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ପୋଡାମାରି ଅଞ୍ଚଳରୁ ପାଖାପାଖି 20ଜଣ ଲୋକ ଏକ ଟ୍ରାଭେଲର ଯୋଗେ କେନ୍ଦୁଝର ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଦର୍ଶନ ପାଇଁ ଆସୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ନିକଟରେ ରାସ୍ତା କଡରେ ଅବୈଧ ଭାବେ ପାର୍କିଂ ହୋଇଥିବା ଏକ ଟ୍ରକ୍ ପଛରେ ଆଜି ଭୋର୍ ସମୟରେ ପିଟି ହୋଇଥିବା ଯୋଗୁ ଆଠ ଜଣଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ଦଶଜଣ ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ଉଦ୍ଧାର କରି ମେଡିକାଲ କୁ ସ୍ଥାନାନ୍ତରିତ କରିଥିବା ନେଇ ସୂଚନା। ଦୁର୍ଘଟଣା ଏତେ ଜୋରଦାର ଥିଲାକି ଗାଡ଼ିଟି ସମ୍ପୂର୍ଣ ଚୂର୍ମାର ହୋଇଯାଇଥିବା ଦେଖିବାକୁ ମିଳିଛି। ଶୂନ୍ୟ ସଡକ ଦୁର୍ଘଟଣା ସପ୍ତାହ ପାଳନ ଅବସରରେ ଏପରି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାୟଜନକ। ଜାତୀୟ ରାଜପଥ ରେ ଅବୈଧ ପାର୍କିଂ ଯୋଗୁ ଦୈନଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳେ, ତେବେ ଏ ପ୍ରକାର ଶୂନ୍ୟ ସଡକ ଦୁର୍ଘଟଣା ସପ୍ତାହ କାହା ସ୍ବାର୍ଥରେ ମନେହୁଏ ଅଧିକାରି ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ନିଜର ଦାୟିତ୍ବ ତୁଲାଇବା ସାର। ଜାତିୟ ରାଜପଥରେ ଅବୈଧ ପାର୍କିଂ କୁ ରୋକାଯାଇ ପାରିଲେ ଶୂନ୍ୟ ସଡକ ଦୁର୍ଘଟଣା ସପ୍ତାହ ପାଳନ ନିଶ୍ଚିନ୍ତ ଭାବେ ଚରିତାର୍ଥ ହୋଇପାରିବ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍