ବିଷୟ _ ଯାଜପୁର ଜିଲ୍ଲା ଅଙ୍ଗାଳୋ ଠାରେ ଥିବା ଲଛମନ ବାଲାଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଓଡ଼ିଶା,ଯୁବ ଓଡ଼ିଶା ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ କୁମାର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ+୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟଦେବ ଥାଟୋଇଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧ୍ୟାପକ ସୁନିଲ କୁମାର ରାଉତ ସଭାପରିଚାଳନା ସହ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ କୁ ପିଲାମାନଙ୍କ ଉଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ସାଂସ୍କୃତିକ ବିଭାଗର ନୋଡାଲ ଅଫିସର ଭାବେ ଅଧ୍ୟାପକ ଆଲୋକ କୁମାର ସାମଲ ଯୁବ ଶକ୍ତିର ବିକାଶରେ ସରକାରଙ୍କ ଯୋଜନାର ରୂପାୟନ ସଂପର୍କରେ ପ୍ରକାଶ କରିଥିଲେ। ଆଜିର ଦିନରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦେଶ ପ୍ରଗତିରେ ବାଧକ କି ଶୀର୍ଷକ ଏକ ତକ ପ୍ରତିଯୋଗୀତା ଓ ସର୍ଜନାମକ ଲେଖା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଅଧ୍ୟାପକ ଆଲୋକ ଚନ୍ଦ୍ର ବାରିକ , ଅଧ୍ୟାପକ ଅବନୀ କୁମାର ରାୟ , ଅଧ୍ୟାପକ ମଦନ କୁମାର ମଲ୍ଲିକ ରହି ପ୍ରତିଯୋଗୀତା ଟିକୁ ସଫଳ କରାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସମସ୍ତ ଅଧ୍ୟାପକ, କର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ