ଢେଙ୍କାନାଳ :-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ସଡ଼କ ସୁରକ୍ଷା ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି l ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ ପାଳନ ଅବବସରରେ ଏହି ରଥ ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ l ଏହି ରଥରେ ସଡ଼କ ସୁରକ୍ଷା ନେଇ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ଼ଃ ଦିଲ୍ଲୀପ କୁମାର ବିଶ୍ୱାଳ, ରେଡ କ୍ରସ ର ଉପସଭାପତି ଶ୍ରୀ ବିରଞ୍ଚି ନାରାୟଣ ପାଣି, ପରିବହନ ଅଧିକାରୀ ଗଣ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l
