ଅମ୍ବାଭୋନା -୦୪/୧୨/୨୦୨୩-
ମହାତ୍ମା ଗାନ୍ଧୀ ଜୁନିଅର ମହାବିଦ୍ୟାଳୟ ଭୁକ୍ତା ଠାରେ ଯୁବା ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭ୍ୟା ନୀଲକୁମାରୀ ନାୟକ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଅମ୍ବାଭୋନା ଜୋନ ୧ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନୀଳକୁମାରି ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ର ମହାବିଦ୍ୟାଳୟ ର ନୋଡାଲ ଅଫିସର ଅଧ୍ୟାପକ କିଶନ କୁମାର ଅଗ୍ରୱାଲ ନୂଆ-ଓ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ର ଏକ ରାଲି କରାଯାଇଥିଲା।ଏହି ଉଦଘାଟନୀ ଉତ୍ସବ ରେ ଅଧ୍ୟାପକ ଜଗଦୀଶ ନାୟକ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ଼ ଜୟନ୍ତ ସାହୁ ଶଫଥ ପାଠ କରାଇଥିଲେ। ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଥମ ଦିନରେ ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟରେ ଶ୍ରେଣୀ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟ ର ଅଧ୍ୟାପକ ସୁରେଶ କୁମାର ଭୋଇ,ସୁରଜ କୁମାର ପଟେଲ,ଖେଳ ଶିକ୍ଷକ ଶୁଭେନ୍ଦୁ ପ୍ରକାଶ ସାହୁ,ଆର ଏନ ଭୋଇ,ଜୟନ୍ତ କୁମାର ବାରିକ,ଫକୀର ପଟେଲ,ସୁନ୍ଦର ସାଏ ପଟେଲ,କାଞ୍ଚନ ଭୋଇ,ଦମୟନ୍ତୀ ହୋତା, ଶୁଭେନ୍ଦୁ ସାହୁ,କୈଳାଶ ସେଟ,ସୌରଭ ସହରା ପ୍ରମୁଖ ସହଯୋଗ କରିଥିଲେ।
