ଅମ୍ବାଭୋନା ୪-୧୨-୨୩ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା ଠାରେ ୧୪ ଦିନ ଧରି ଆୟୋଜିତ ହୋଇଥିବା ଓଡ଼ିଶା ସରକାର ଙ୍କ ର “ନୂଆ-ଓ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମ
ହାବିଦ୍ୟାଳୟ ର ଅଧ୍ଯକ୍ଷା ଶ୍ରୀମତୀ କଲ୍ପନା ମିଶ୍ର ଙ୍କ ର ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ର ସଭାପତି କେଶବ ପଧାନ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଉପରେ ମତ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଡ.ନେପାଲ ପଧାନ ଓ ପ୍ରତିଷ୍ଠାତା ସଭ୍ୟ ଡ.ଚିନ୍ତାମଣି ପଟେଲ ଯୋଗ ଦେଇଥିଲେ।ପ୍ରାରମ୍ଭରେ
ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ଓ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ଯ ଅର୍ପଣ କରାଯାଇଥିଲା। ଅଧ୍ଯାପକ ଅନ୍ତର୍ଯ୍ୟାମୀ ସାହୁ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ବାରା କ୍ରୁତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ମହାବିଦ୍ୟାଳୟ ର ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଓ ଛାତ୍ରଛାତ୍ରୀ ମାନେ ରାଷ୍ଟ୍ର ଗାନ କରିଥିଲେ। ଅଧ୍ଯାପକ ଶରତ ଚନ୍ଦ୍ର ଦେହେରୀ ପରିଚାଳନା କରିଥିବା ବେଳେ, ଅଧ୍ଯାପକ ଡ: ଦୟାନିଧି ସା ଧନ୍ଯବାଦ ଅର୍ପଣ କରିଥିଲେ।