ବଅଁରପାଳ,୫.୧୧- ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିବ୍ୟାଳୟ ଖେଳପଡିଆରେ ବଅଁରପାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଦିନିଆ ସପ୍ତ ବିଂଶତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ସଭାପତି ସତ୍ୟବାନ ବରାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ କୁମାର ନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ, କ୍ରୀଡା ମଶାଲ ସ୍ଥାପନ ଓ କ୍ରୀଡା ଧ୍ବଜା ଉତ୍ତୋଳନ କରି ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ l କୁନିକୁନି ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ l ସମ୍ମାନିତ ଅତିଥି ଭାବେ ପିବିକେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପ୍ରଧାନ ଓ ଶିଶୁମନ୍ଦିରର ସମ୍ପାଦକ ଅଖିଳ କୁମାର ମହାପାତ୍ର ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ତନ୍ମୟ କୁମାର ନାଥ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର କ୍ରୀଡ଼ା ପ୍ରମୁଖ ଅଜୟ କୁମାର ସାହୁଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା ପରିଚାଳିତ ହେଉଛି l

/ February 6, 2025
No Comments