Search
Close this search box.

ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ଯାଳୟର ନୂଆ‐ଓ କାର୍ଯ୍ଯକ୍ରମ‐ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଗୋଲାମୁଣ୍ତା:୦୭/୧୨- କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ସ୍ଥିତ ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ଯାଳୟ ତରଫରୁ ନୂଆ‐ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମ ମାଧ୍ଯମରେ ଆଜି ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ସାମାଜିକ ସଚେତନତା କାର୍ଯ୍ଯକ୍ରମରେ ମହାବିଦ୍ଯାଳୟର ପ୍ରାୟ ଚାରିଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସହର ପରିକ୍ରମା ପୂର୍ବକ ଦୁର୍ଘଟଣା ଜନିତ ମୃତ୍ଯୁଶୁନ୍ଯ ସପ୍ତାହ ପାଳନର ଉଦ୍ଦେଶ୍ଯ ବିଷୟରେ ସାଧାରଣରେ ସଚେତନ କରାଇଥିଲେ । ଏ ଅବସରରେ ମହା

ବିଦ୍ଯାଳୟ ଅଧ୍ଯକ୍ଷା ଶ୍ରୀମତୀ ଉଷାରାଣୀ ନାୟକଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବରେ ସ୍ଥାନୀୟ ପୋଲିସ ଏସଆଇ ହେମନ୍ତ ହରିଜନ ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ଯାମସୁନ୍ଦର ଅଗ୍ରୱାଲ ଯୋଗଦେଇ ଥିଲେ । ଅଧ୍ଯାପକ ଗୋବିନ୍ଦ ସାହୁ ସଭାକାର୍ଯ୍ଯ ପରିଚାଳନା କରିଥିବା ବେଳେ ଅନ୍ଯମାନଙ୍କ ମଧ୍ଯରେ ଅଧ୍ୟାପକ ଶରତ କୁମାର ସ୍ବାଇଁ, ସଞ୍ଜୟ କୁମାର ପାଇଟାଲ, ଦୈତାରି ମେହେର, ନବକୃଷ୍ଣ ସାହୁ,ମୁକେଶ ସାହୁ, ଲକ୍ଷ୍ମଣ ସାହୁ, ଶଙ୍କର ମେହେର ପ୍ରମୁଖ ମଂଚାସିନ ଥିଲେ । ଶେଷରେ ଇତିହାସ ଅଧ୍ଯାପକ ନବୀନ ଚଂଦ୍ର ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।

Recent Post

Live Cricket Update

You May Like This

× How can I help you?