ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞାୟତର ନବଘନ ମହନ୍ତ ମାୟାଧର ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଦିନେଶ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉସବରେ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ଶ୍ରୀ ପାତ୍ର ଜଣେ ଆଦର୍ଶ, କର୍ତ୍ତବ୍ୟ ନିଷ୍ଠ,ଛାତ୍ରବସ୍ତଳ ଶିକ୍ଷକ ଥିଲେ ବୋଲି କହିଥିଲେ। ମୁଖ୍ୟ ବକ୍ତା ବ୍ଳକ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ପୃର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସିଂହପୁର ସରପଞ ଶଶାଙ୍କ ଶେଖର ଖିଲାର,ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ଶିକ୍ଷକ ରଶ୍ମିରଞ୍ଜନ ବେହେରା, ଅକ୍ଷୟ କୁମାର ସାମଲ,କ୍ଷିରୋଦ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ସାହୁ, ସମିତି ସଭ୍ୟା ଭାଗ୍ୟବତୀ ଧଳ ପ୍ରମୁଖ ଯୋଗଦେଇ ଥିଲେ। ବାଚସ୍ପତି ବିଦ୍ୟାଳୟ ପରିସରରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ବୃକ୍ଷରୋପଣ କରିଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ