ଢେଙ୍କାନାଳ ଜିଲ୍ଲା ଓ.ଟି.ଏସ ପରିକ୍ଷା ।
ଅଦ୍ୟ ତା ୧୦/୧୨/୨୦୨୩ ରିଖ ରବିବାର ଦିନ ଢେଙ୍କାନାଳ ଜିଲ୍ଲାରେ ଓଷ୍ଟା ମେଧା ଅନ୍ୟେଷା ପରିକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହିନ୍ଦୋଳ ବ୍ଲକର ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ , ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା, କାମାକ୍ଷାନଗର ଏବଂ ଢ଼େଙ୍କାନାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଗାନ୍ଧୀ ମନ୍ଦିର ରୋଡ଼ ଢେଙ୍କାନାଳ ଠାରେ ହାଇସ୍କୁଲ ଗୁଡିକ ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଉକ୍ତ ପରିକ୍ଷାରେ ଯୋଗଦାନ କରିଥିଲେ। ଢେଙ୍କାନାଳ ସଦରମହକୁମା ରେ ଥିବା କେନ୍ଦ୍ରରେ ପ୍ରାୟ ଏକଶହ ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଜିଲ୍ଲା ଓଷ୍ଟା ସଂଘ ର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ସମ୍ପାଦକ ବିଭୁତି ସାମଲ ଓ ସଂଘ ମାର୍ଗଦର୍ଶକ ସରୋଜକାନ୍ତ ଦାସ ପ୍ରଶ୍ନପତ୍ର ଉନ୍ନୋଚିତ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ତଥା କର୍ମଚାରୀମାନେ ସହଯୋଗ କରିଥିଲେ। ଭୁବନ ବ୍ଲକ ରେ ସମ୍ପାଦକ ସୁରେଶ ଚନ୍ଦ୍ର ପରିଡା କେନ୍ଦ୍ର ପ୍ରଯ୍ୟବେକ୍ଷକ ଭାବେ ନିୟୋଜିତ ହୋଇଥିଲେ। ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ, କାନପୁରା ଠାରେ ଶ୍ରୀରାମ ରାଉତ କେନ୍ଦ୍ର ପରିଚାଳନା କରିଥିଲେ। ୧୩୩ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ, କାମାକ୍ଷାନଗର ବ୍ଲକର ସମ୍ପାଦକ ଗଜେନ୍ଦ୍ର ନାୟକ ଉକ୍ତ କେନ୍ଦ୍ର ର ପର୍ଯ୍ୟବେକ୍ଷକ ଦାୟିତ୍ଵ ତୁଲାଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ହିନ୍ଦୋଳ ବ୍ଲକର ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୮୩ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ। ରାଜ୍ୟ ଓଷ୍ଟା ସଂଘ ଉପସଭାପତି ପ୍ରମୋଦ ସ୍ବାଇଁ ପରିକ୍ଷା ପରିଚାଳନା ପାଇଁ ପଯ୍ୟବେକ୍ଷକ ରୂପେ କାର୍ଯ୍ୟ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେନ୍ଦ୍ର ପରିଚାଳନା କରିବା ସହିତ ବ୍ଲକ ସମ୍ପାଦକ ତପନ କୁମାର ସାମଲ ସମସ୍ତ ପ୍ରକାର କାର୍ଯ୍ୟ ର ତ୍ବତାବଧନା କରିଥିଲେ। ଏହି ଭଲି ପରିକ୍ଷା ସମଗ୍ର ରାଜ୍ୟରେ ସମସ୍ତ ଜିଲ୍ଲାରେ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାର୍ଥୀମାନଙ୍କର ଜ୍ଞାନର ପରିମାପ ଏହା ଏକ ଅନୋନ୍ୟ ମାଧ୍ୟମ ଅଟେ।