ସରକାରୀ ମହଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେଙ୍କାନାଳ ରେ ନୂଆ-ଓ,”ଯୁବ ଓଡିଶା” “ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସେବା ଅଧୀନରେ କମୁନିଟିଗାଡେନିଙ୍ଗ ଏବଂ ହର୍ବାଲ ଔଷଧୀୟ ବୃକ୍ଷରୋପଣ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାରର ଔଷଧୟ ହର୍ବାଲ ଓ ଫୁଲଗଛ ଛାତ୍ରୀମାନଙ୍କ ଦ୍ବାରା ରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼ଃ ରାମଚନ୍ଦ୍ର ମଲ୍ଲ ଛାତ୍ରୀମାନଙ୍କୁ ବୃକ୍ଷରୋପଣର ଉପଯୋଗୀତା ବିଷୟରେ ଅବଗତ କରିଥିଲେ। ନୋଡାଲ ଅଫିସର ଅଧ୍ୟାପିକା ଲିନା ଗନ୍ତାୟତ ଏବଂ କୋଡିନେଟର ଅଧ୍ୟାପିକା ଡଃ ସାଗରିକା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।