ଜଗତସିଂହପୁର
ତା=11/12/23
ଜଗତସିଂହପୁର ସଦର ମହକୁମା ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ସେଣ୍ଟ ଜାଭିୟର ହାଇସ୍କୁଲ ର ପ୍ରିନ୍ସିପାଲ ଅବଦୁଲ ଅଜିମ ଖାନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ |ମୁଖ୍ୟ ବକ୍ତା ଭାବେ ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନ ସଂଯୋଜକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁବାସ ଚଦ୍ର ରାଉତ |ସଂମ୍ମାନିତ ଅତିଥିଭାବେ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟାପକ ସୁଶୀଲ କୁମାର ଦାଶ | ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପତି ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବଧୀୟ ଜ୍ଞାନ ର ଉପଯୋଗ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ସେଣ୍ଟ ଜାଭିୟର ହାଇସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସତୁରି ରୁ ଉର୍ଦ୍ଧ ବିଜ୍ଞାନ ପ୍ରକଳ୍ପ ପଦର୍ଶିତ କରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ କୁ ନୁସିଂହ ପ୍ରସାଦ ନନ୍ଦ, ଜୋଛନା ସ୍ୱାଇଁ, ଜୟଶ୍ରୀ ଦାସ, ଧନେଶ୍ୱର ମହାରଣା, ହେମନ୍ତ କୁମାର ଆଚାର୍ଯ୍ୟ, ଆମ୍ବ୍ରିତ
ପ୍ରମୁଖ ପରିଚାଳନା କରିଥିଲେ | ଶେଷରେ ହେମନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ February 6, 2025
No Comments