କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଥିବା ବଡବିଲ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡ଼ିଶା ନୂଆ- ଓ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି, ଆଜି ଏହାର ଉଦଯାପନୀ ଉତ୍ସବ ରହିଥିଲା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ମଧ୍ୟରେ ଉତ୍ସାହ ଭରିବା ଏହାର ମୂଳ ଲକ୍ଷ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନୀ ମଣ୍ଡଳୀ ର ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇଥିବା ବେଳେ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବଡବିଲ ପୌରାଞ୍ଚଳ ର ସମସ୍ତ ୱାର୍ଡ ମେମ୍ବର ମଧ୍ଯ ଯୋଗ ଦେଇଥିଲେ। ଅତିଥି ମାନେ ମହାବିଦ୍ୟାଳୟ ରେ ପହଞ୍ଚିବା ପରେ ସେମାନଙ୍କୁ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସେମାନଙ୍କୁ ପାଛୋଟି ନେଇଥିଲେ। ଆଜି ସ୍ପୋର୍ଟସ କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକାରର ଖେଳର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।